ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ଥାନା ଖମାର ମୁଣ୍ଡା ଗାଁରେ ଅବିବାହିତ ୪୭ ବର୍ଷୀୟ ମହିଳାଙ୍କୁ ହତ୍ୟା । ଘର ଭିତରେ ପଡିଛି ମହିଳାଙ୍କ ରକ୍ତ ଜୁଡୁ ବୁଡୁ ମୃତ ଦେହ । କିଏ ଓ କାହିଁକି ହତ୍ୟା କରିଛି ଜଣା ପଡିନଥିଲେ । ପୁଇଁନ୍ତଲା ପୋଲିସ ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି । ମୃତକ ହେଲେ ଗୀତାଞ୍ଜଳୀ ଷଡଙ୍ଗୀ । ସେ ଜମି ଜମା କିଣାବିକା ବ୍ୟବସାୟ କରୁଥିବା ବେଳେ ବିଭିନ୍ନ ସମୟରେ ଟଙ୍କା ସୁଧରେ ଦେଇଥାନ୍ତି । ଏହି କାରଣରୁ କାହା ସହିତ ଝଗଡା ହୋଇଥାଇ ପାରେ ଏନେଇ ପୋଲିସ ତଦନ୍ତ କରୁଛି । ମହିଳା ଜଣକ ଏକା ରହୁଥିବାରୁ ତାଙ୍କ ପାରିବାରିକ କଳହ କିଛିଥିଲା କି ? ଏନେଇ ମଧ୍ୟ ତଦନ୍ତ ଜରି ରଖିଛି ପୁଇଁନ୍ତଲା ପୋଲିସ।
Also read : School : ସ୍କୁଲ ଛାତରୁ ଗଳୁଛି ପାଣି, ଭୟରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ