ଶାଶୁ ଘର ସାମ୍ନାରେ ବୋହୂର ମୃତଦେହ, ସ୍ବାମୀ ଗିରଫ
ବାଲେଶ୍ବର : ଶାଶୁ ଘର ସାମ୍ନାରେ ବୋହୂର ମୃତଦେହ । ସ୍ବାମୀ ଗିରଫ । କିନ୍ତୁ ଶାଶୁ, ଶ୍ବଶୂର ଘରେ ତାଲା ମାରି ଫେରାର । ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ହରିପୁର ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ମୃତ ଦେହର ଅନ୍ତିମ ସଂସ୍କାର ପାଇଁ ଶାଶୁ ଘର ଆଗରେ ଚାଲିଛି ଜୁଇ ପ୍ରସ୍ତୁତି ।
ମୃତ ମହିଳାଙ୍କ ବାପଘର ଲୋକେ ଅନ୍ତିମ ସଂସ୍କାର ପାଇଁ ଜୁଇ ପ୍ରସ୍ତୁତ କରୁଛନ୍ତି । ମୃତ ସସ୍ମିତାଙ୍କ ବିବାହ ହରିପୁର ଗାଁର ରାମକୃଷ୍ନଙ୍କ ସହ ହୋଇଥିଲା । ବିଭିନ୍ନ ସମୟରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯରେ କଳହ ଲାଗୁଥିଲା । ତେବେ ଗତକାଲି କୌଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯରେ ପ୍ରବଳ ଝଗଡା ହେବା ପରେ ବନ୍ଦ କୋଠରୀ ଭିତରୁ ସନ୍ଦେହଜନକ ଭାବରେ ସସ୍ମିତାଙ୍କ ମୃତ୍ୟୁ ଦେହ ଉଦ୍ଧାର କରା ଯାଇଥିଲା ।
ଝିଅକୁ ହତ୍ଯା କାରାଯାଇଥିବା ନେଇ ସସ୍ମିତାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ସ୍ୱାମୀ ରାମକୃଷ୍ଣଙ୍କୁ ପୋଲିସ ଗିରଫ କରିଛି । ତେବେ ତାଙ୍କୁ ଗିରଫ କରି ପୋଲିସ ନେଇଯାଉଥିବା ବେଳେ ଗାଡ଼ି ଆଗରେ ଶାଇପଡ଼ିଥିଲେ ମାଆ ଓ ପିଉସା ।