ଗଞ୍ଜେଇ କାରବାର ସନ୍ଦେହ : ଯୁବକଙ୍କୁ ନିର୍ମମ ହତ୍ୟା ପରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ବରଗଡ଼ : ଯୁବକଙ୍କୁ ନିର୍ମମ ହତ୍ୟା ! । ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ମାରି ଫିଙ୍ଗିଦେଲେ ।  ରକ୍ତାକ୍ତ ଅବସ୍ଥାରେ ରାସ୍ତାରୁ ଉଦ୍ଧାର ହେଲା ମୃତଦେହ ।  ବରଗଡ଼ ପାଇକମାଲ ଥାନା ମାଣ୍ଡୋସିଲ ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।  ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ବରଗଡ଼ ପାଇକମାଳ ଥାନା ମାଣ୍ଡୋସିଲ ଗାଁର ପିଙ୍କୁ ସାହୁ । ବି

ଳମ୍ବିତ ରାତିରେ ହତ୍ୟା କରି ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ ।  ତାଙ୍କ ମୁଣ୍ଡ ଓ ତଣ୍ଟିରେ କ୍ଷତ ଚିହ୍ନ ରହିଛି। ଆଜି ସକାଳୁ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗଞ୍ଜେଇ କାରବାରକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।