ଜଙ୍ଗଲରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ମାଲକାନଗିରି : ଜଙ୍ଗଲରେ ଯୁବତୀଙ୍କ ଗଳିତ ମୃତଦେହ।  ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି ।   କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ହତ୍ୟା କରି ଯୁବତୀଜଣଙ୍କୁ ଜଙ୍ଗଲ ମଧ୍ୟରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି ।  କିଛି ଲୋକ ଜଙ୍ଗଲକୁ ଯାଇଥିବା ସମୟରେ ଯୁବତୀଙ୍କ କଙ୍କାଳ ପଡିଥିବା ଦେଖିଥିଲେ।  ପରେ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ମୃତଦେହ ଜଙ୍ଗଲରେ ପଡିଥିବା ସନ୍ଦେହ କରାଯାଉଛି ।  କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବାପରେ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯିବ।  ମାଲକାନଗିରିରୁ ଛତିଶଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟବର୍ତ୍ତୀ ଜଙ୍ଗଲରେ ଯୁବତୀଙ୍କ ଶବଟି ଦେଖିବାକୁ ମିଳିଛି ।  ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।  ତେବେ ଯୁବତୀ ଜଣକ କିଏ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ ।

Also read: ଗଛ ମୂଳରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ