ମେଡିକାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହାତରେ ସାଲାଇନ୍ ଲାଗିଥିବାରୁ ରୋଗୀ ସନ୍ଦେହ

ବଲାଙ୍ଗିର: ମେଡିକାଳ ପରିସରରୁ ଯୁବ ଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର BBMCH ପରିଷଦରୁ ଉଦ୍ଧାର ହୋଇଛି ଯୁବକଙ୍କ ଝୁଲନ୍ତା ମୃତଦେହ । ଭୀମଭୋଇ ମେଡିକାଳ କଲେଜ ହସ୍ପିଟାଲ ପରିଷରରେ ଯୁବକ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।  ଯୁବକଙ୍କ ହାତରେ ସାଲାଇନ ଲାଗିଥିବାରୁ ଡାକ୍ତର ଖାନାକୁ ଆସିଥିବା ରୋଗୀ ବୋଲି ସନ୍ଦେହ ହୋଇଛି । ତେବେ ମୃତକଙ୍କ ପରିଚୟ ସ୍ପଷ୍ଟ ଜଣା ପଡ଼ିନାହିଁ । ମୃତକଙ୍କ ଠାରୁ ଏକ ମେଡିକାଳ କାଗଜ ମିଳିଥିବା ଜଣାପଡିଛି । ସେଥିରେ ଅଗସ୍ତି ଯାନୀ ନାମକ ଏକ ମେଡିକାଲ କାଗଜ ରହିଛି ।