ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ସୋର : ହତ୍ୟା କରି ଫିଙ୍ଗିଦେଲେ । ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଶାଳଦେଇ ଗାଁରେ ଘଟିଛି ହତ୍ୟାକାଣ୍ଡ । ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ମୃତ ଯୁବକଙ୍କ ବାପା । ପ୍ରମୋଦ ଦଳେଇ କିଛି ବର୍ଷ ଧରି ସିମୁଳିଆ ଥାନା ଜାମୁଝାଡ଼ି ନିକଟରେ ଥିବା ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।
ଗତକାଲି ପ୍ରମୋଦଙ୍କ ଫୋନ ନଲାଗିବାରୁ ଜାମୁଝାଡ଼ି ଆସି ଖୋଜାଖୋଜି କରିଥିଲେ ପରିବାର ଲୋକ । ପରେ ପୋଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଘଟଣାର ଖବର ପାଇ ମୃତଦେହ ଉଦ୍ଧାର କରିଛି ତଦନ୍ତ ଆରମ୍ଭ କରିଛି ସିମୁଳିଆ ଥାନା ପୋଲିସ । ଅନ୍ୟପଟେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଆହୁରି ପଢ଼ନ୍ତୁ : କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ କରିବ ୩ ଜଣିଆ କମିଟି