କୁକୁଡ଼ା ଫାର୍ମ ଭିତରୁ ସନ୍ଦେହ ଜନକ ଭାବେ ମୃତଦେହ ଉଦ୍ଧାର

ଢେଙ୍କାନାଳ : କୁକୁଡ଼ା ଫାର୍ମ ଭିତରୁ ସନ୍ଦେହ ଜନକ ଭାବେ ମୃତଦେହ ଉଦ୍ଧାର । ଢେଙ୍କାନାଳ ସଦର ଥାନା ମହୁଲପଡା ଜଗନ୍ନାଥ ଲେୟାର କୁକୁଡା ଫାର୍ମ ଭିତରେ ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଖୋର୍ଦ୍ଧା କାଶିପୁର ଅଞ୍ଚଳର ଶିବପ୍ରସାଦ କର।ଶିବପ୍ରସାଦ ଦୀର୍ଘଦିନ ହେବ କୁକୁଡା ଫାର୍ମରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ।

ଆଜି ସକାଳେ ଫାର୍ମର କର୍ମଚାରୀ ଶିବପ୍ରସାଦଙ୍କୁ ଗାଧୁଆ ଘରେ ପଡିଥିବାର ଦେଖିଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସପିଟାଲରେ ଡାକ୍ତର ଶିବପ୍ରସାଦଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ପଟେ କୁକୁଡ଼ା ଫାର୍ମର ମାଲିକ ବିକାଶ କୁମାର ସାହୁ କହିଛନ୍ତି ସେ ଗାଧୋଇ ଥିବା ସମୟରେ କୌଣସି କାରଣରୁ ଗଳି ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ବରଣ କରିଛନ୍ତି । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି।