ଘରୋଇ କଳହରୁ ରକ୍ତପାତ: ଶାଶୂକୁ ହାଣିଲା ବୋହୂ

sasuକେନ୍ଦୁଝର: ଶାଶୂକୁ ପନିକିରେ ହାଣିଲା ବୋହୂ। ତେଲକୋଇ ଥାନା ଶିରିପଡ଼ା ଗାଁରେ ଏହି ଅଘଟଣ ଘଟିଛି। ଆହତ ଜଣକ ହେଉଛନ୍ତି ଜେମାମଣି ମହାନ୍ତ। କୌଣସି କାରଣକୁ ନେଇ ବୋହୂ ପିଙ୍କି ମହାନ୍ତ ଓ ଶାଶୂ ଜେମାମଣିଙ୍କ ମଧ୍ୟରେ କଳି ହୋଇଥିଲା। ସାମାନ୍ୟ ବଚସା ଧୀରେ ଧୀରେ ନେଇଥିଲା ଉଗ୍ରରୂପ। ବୋହୂ ଉତ୍ତ୍ୟକ୍ତ ହୋଇ ଶାଶୂକୁ ପନିକିରେ ହାଣି ଦେଇଥିଲା। ଆହତ ଜେମାମଣିଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.