ମୁଖ୍ୟମନ୍ତ୍ରୀଙ୍କ ‘ମିଶନ ପଶ୍ଚିମ’, ବିକାଶ ନକ୍ସାରେ ଯୋଡିହେବ ବଲାଙ୍ଗିର ଜିଲ୍ଲା

 ଭୁବନେଶ୍ୱର(କେ ନ୍ୟୁଜ):  ମୁଖ୍ୟମନ୍ତ୍ରୀଙ୍କ ‘ମିଶନ ପଶ୍ଚିମ’ । ବିକାଶ ନକ୍ସାରେ ଯୋଡିହେବ ବଲାଙ୍ଗିର । ଆସନ୍ତା ୨୨ ତାରିଖରେ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭଦେବେ । ବାଣ୍ଟିବେ ସ୍ମାର୍ଟ କାର୍ଡ, ଖୋଲିବେ ବିକାଶ ପେଡି। ତିନି ତିନିଟି ପୃଥକ ସଭାରେ ଯୋଗଦେଇ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ ହେଲ୍‌ଥ କାର୍ଡ ଦେବେ। ଟିଟିଲାଗଡ଼, ପାଟଣାଡ଼ ଓ ବଲାଙ୍ଗିରବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ।

ହରିଶଙ୍କର ମନ୍ଦିରର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଥିଲେ, ତାହାର କାର୍ଯ୍ୟାନ୍ଵୟନ ହେବ। ଉଭୟ ଧାର୍ମିକ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ପୀଠର ବିକାଶ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.