ଶ୍ରାବଣର ଶେଷ ସୋମବାର ହେଲା ଶେଷ ଦିନ: ମହାନଦୀ ଗଡ଼ଗଡ଼ିଆ ଘାଟରେ ବୁଡି ବୋଲବମ ଭକ୍ତ ମୃତ

କଟକ(କେନ୍ୟୁଜ୍): ଶ୍ରାବଣର ଶେଷ ସୋମବାର ହେଲା ଶେଷ ଦିନ । ମହାନଦୀ ଗଡ଼ଗଡ଼ିଆ ଘାଟରେ ବୁଡି ବୋଲବମ ଭକ୍ତ ମୃତ । ମୃତକ ହେଲେ ଦେବବ୍ରତ ସାମଲ । ସେ ଭୋର ୩ ଟାରେ ସାଙ୍ଗମାନଙ୍କ ସହ ମିଶି ଧବଳେଶ୍ୱରରେ ଜଳାଭିଷେକ କରିବାକୁ ଯାଇଥିଲେ । ମହାନଦୀରେ ବୁଡ ପକେଇ ପାଣି ଉଠାଉଥିବା ବେଳେ ଗଡ଼ଗଡ଼ିଆ ଘାଟରେ ନିଖୋଜ ହୋଇଯାଇଥିଲେ ।

ଖବରପାଇ ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲା । ଶେଷରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇ କଟକ SCBକୁ ପଠାଯାଇଥିଲା । ଦେବବ୍ରତଙ୍କ ନିଜ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ଧାମନଗର ହୋଇଥିବା ବେଳେ ସେ ତାଙ୍କ ପରିବାର ସହ ରାଉଲକେଲାରେ ରହୁଥିଲେ । ପାରାଦୀପର ଏକ କମ୍ପାନୀରେ ସେ କାର୍ଯ୍ୟରତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.