ସୋନପୁରରେ ଭୟାବହ ସଡ଼କ ଦୁର୍ଘଟଣା: ୩ ମୃତ,୩ ଗୁରୁତର

ସୋନପୁର : ସୋନପୁର-ସମ୍ବଲପୁର ରାସ୍ତାର ମାଟୁପାଲି ନିକଟରେ ଭୟାବହ ଦୁର୍ଘଟଣା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗଲା ୩ଜଣଙ୍କ ଜୀବନ । ୩ ଗୁରୁତର। ଏକ ବୋଲେରୋରେ ବିଦ୍ୟୁତ ବିଭାଗର କର୍ମଚାରୀ ଯାଉଥିବା ବେଳେ ସାମନାରୁ ଧକ୍କା ଦେଲା ହାଇୱା। ଏଥିରେ ବୋଲେରୋ ବୋଲେରୋ ଡ୍ରାଇଭରଙ୍କ ସମେତ ୩ଜଣ ପ୍ରାଣ ହରାଇଛନ୍ତି ।
ଗାଡ଼ିରେ ଥିବା ଅନ୍ୟ ଜଣେ ଆହତ ହୋଇଛନ୍ତି। ସେହିପରି ହାଇୱାର ଡ୍ରାଇଭର ଓ ହେଲପର ମଧ୍ୟ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ବୋଲେରୋଟି ସମ୍ପୁର୍ଣ୍ଣ ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଲୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।
Also read: ହିମାଚଳ ପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା, ଖାଇକୁ କାର ଖସି ୪ ମୃତ