ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ଅଟୋକୁ ଧକ୍କା ଦେଲା ବୋଲେରୋ, ୩ ଗୁରୁତର

ରାୟଗଡା (କେନ୍ୟୁଜ): କେନ୍ଦ୍ରୀୟ ବିଦ୍ୟାଳୟ ର ସ୍କୁଲ ପିଲାଙ୍କୁ ନେଇ ଅଟୋରେ ଫେରୁଥିବା ବେଳେ ଧକ୍କା ଦେଲା ବୋଲେରୋ। ଏଥିରେ ୧୩ ଜଣ ପିଲା ବସିଥିବା ବେଳେ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି । ଘଟଣାଟି ଘଟିଛି ରାୟଗଡ଼ା ସହର ରେଳ ଷ୍ଟେସନ ନିକଟରେ।

ସୂଚନା ଅନୁଯାୟୀ ସ୍କୁଲ ଛୁଟି ହେବା ପରେ ପିଲାଙ୍କୁ ନେ଼ଇ ଫେରୁଥିଲା ଅଟୋଟି ସେହି ସମୟରେ ସାମ୍ନା ପଟୁ ରଙ୍ଗ ରୁଟରେ ଆସୁଥିବା ବୋଲେର ସହିତ ଧକ୍କା ଦେଇଥିଲା ଫଳରେ ଅଟୋ ଡ୍ରାଇଭର ସହିତ ୩ ଶିଶୁ ଗୁରୁତର ହୋଇଥିଲେ। ଏମାନଙ୍କ ତୁରନ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ତା ସ୍ଥିର ରହିଛି। ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ପୋଲିସ ଜବତ କରି ତଦନ୍ତ କରୁଛି। ସୂଚନା ଅନୁସାରେ ବୋଲେରୋଟି କଲ୍ଯାଣସିଂହପୁର ଗୋଷ୍ଠି ସ୍‌ୱାସ୍ଥ୍ୟ କେନ୍ଦ୍ରର ଭ୍ରାମ୍ଯମାଣ ଚିକିତ୍ସା ସେବାରେ ନିୟମିତ ଥିଲା ବୋଲି ଜଣାପଡିଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.