ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ବୋଲେରୋ, ଚାଲିଗଲା ୨ ଜୀବନ

ବରଗଡ଼: ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ବୋଲେରୋ , ଚାଲିଗଲା୨ ଜୀବନ । ବରଗଡ଼ ଜିଲ୍ଲା ଭଟଲି ବିଜୟା ଛକ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରରେ ଅମ୍ବାଭୋନା ପଟୁ ଏକ ବୋଲେରୋ ଆସୁଥିବାବେଳେ ଭାରସାମ୍ୟ ହରାଇ ଦୋକାନରେ ପିଟି ହୋଇଯାଇଥିଲା । ପ୍ରଥମେ ଇଲେକ୍ଟ୍ରି ପୋଲରେ ଧକ୍କା ହେବା ପରେ ପାଖରେ ଥିବା ଦୋକାନରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ଭଟଲି ପୋଲିସ ପହଞ୍ଚି ତଦନ୍ତ କରୁଛି।

ସେହିଏପରି ଗତକାଲି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରଲର । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ଯୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଥିଲା । । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା । ଭେଲୋରା ଛକରେ ଦୀର୍ଘ ବର୍ଷ ଧରି ଭୂତଳ ବ୍ରିଜର ନିର୍ମାଣ କାର୍ଯ୍ଯ ସରୁ ନଥିବାରୁ ପ୍ରତ୍ଯେକ ଦିନ ଦୁର୍ଘଟଣା ଘଟୁ ଥିବା ନେଇ ଲୋକେ ଅଭିଯୋଗ କରିଥିଲେ ।

 

ଆହୁରି ପଢନ୍ତୁ : ରାଜଧାନୀରେ ବହୁ ଚର୍ଚ୍ଚିତ ବରିଷ୍ଠ ନାଗରିକ ଦମ୍ପତି ହତ୍ୟା ମାମଲା, ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ