ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ହୀରାକୁଦ ବୁଲିବାକୁ ଆସିଥିବା ୪ ଯାତ୍ରୀ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଟିଟଲାଗଡ ଛକ ନିକଟରେ ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି  । ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କ ଘର ଛତିଶଗଡ଼ର ବୋଲି ଜଣାଯାଇଛି ।

ସୂଚନା ଅନୁସାରେ କିଛି ଯୁବକ ଛତିଶଗଡ଼ରୁ ବୋଲେରୋ ଯୋଗେ ହୀରାକୁଦ ବୁଲିବାକୁ ଆସିଥିଲେ । ଏନଏଚ୍‌ ୨୬ ଟିଟିଲାଗଡ଼ ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି ।

You might also like