ବୋଲଗଡ ବ୍ଲକରେ ଭିଜିଲାନ୍ସ ଚଢାଉ,କନିଷ୍ଠ ଯନ୍ତ୍ରୀ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ନୟାଗଡ ଭିଜିଲାନ୍ସ ବିଭାଗ

ବୋଲଗଡ : ବୋଲଗଡ ବ୍ଲକରେ ଭିଜିଲାନ୍ସ ଚଢାଉ । ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ନୟାଗଡ ଭିଜିଲାନ୍ସ ବିଭାଗ  ।  ଆଜି ପୂର୍ବାହ୍ନ ଦିନ ୧୧ ବେଳେ ବୋଲଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ତାଙ୍କ କାର୍ଯ୍ୟାଳୟରେ ତାଙ୍କର ଦୁଇଜଣ ଅସ୍ଥାୟୀ କର୍ମଚାରୀଙ୍କ ସହିତ ବସିଥିଲେ  ।   ପୂର୍ବ ପ୍ରସ୍ତୁତି ଅନୁଯାୟୀ ଖଙ୍ଗୁରିଆ ପଞ୍ଚାୟତ ଗବଡି ଗାଁର ଏକ ସାସଂଦ ପାଣ୍ଠି କୋଠଘର କାମକୁ ନେଇ ଜୈନିକ ବ୍ୟକ୍ତି ୧୯ହଜାର ୨୦୦ ଟଙ୍କା ଲାଞ୍ଚ ଦେଇଥିବା ସମୟରେ ଛକି ରହିଥିବା ନୟାଗଡ଼ ଭିଜିଲାନ୍ସ କର୍ମଚାରୀମାନେ ମାଡି ବସିଥିଲେ ।

ପରେ କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇ ସେଠାରୁ ମଧ୍ୟ ପ୍ରାୟ ଦୁଇଲକ୍ଷରୁ ଉର୍ଦ୍ଧ ଟଙ୍କା ଜଗତ କରିଥିବା ସୂଚନା ମିଳିଛି  ।  ତେବେ ଏ ନେଇ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ଭିଜିଲାନ୍ସ ବିଭାଗ ଦ୍ଵାରା ଅଟକ ଥିବା ବେଳେ ଅଧିକ ତଦନ୍ତ ଚାଲିଛି ।