ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ଵଳ ହେଲେ ଅଭିନେତା ଅନୁପମ ଖେର

ପୁରୀ (କେନ୍ୟୁଜ): ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଅନୁପମ ଖେର । ଶ୍ରୀଜିଉଙ୍କ ଆଶୀର୍ବାଦ ଭିକ୍ଷା କଲେ । ମହାପ୍ରଭୁଙ୍କ କୃପା ସମସ୍ତଙ୍କ ଉପରେ ରହୁ । ଏଥିସହ ଦେଶର ସମୃଦ୍ଧି ଲାଗି ମଧ୍ୟ ପ୍ରାର୍ଥନା କରିଥିବା କହିଛନ୍ତି ଅନୁପମ ଖେର। ଶ୍ରୀମନ୍ଦିର ଚତୁର୍ପାଶ୍ୱ ଓ ଓଡ଼ିଶାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ପ୍ରଶଂସା କରିଛନ୍ତି।

ପ୍ରଥମ ଥର ପାଇଁ ବଲିଉଡ ଅଭିନେତା ଅନୁପମ ଖେର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀଜିଉଙ୍କ ବିଭିନ୍ନ ନୀତିକାନ୍ତି ଓ ମାନବୀୟ ଲୀଳା କଥା ଶୁଣି ନିଜକୁ କୃତାର୍ଥ ମନେ କରିଛନ୍ତି । ତାଙ୍କର ଶିବ୍‌୍‌ ଶାସ୍ତ୍ରୀ ବଲବୋଆ ଫିଲ୍ମ ନିକଟରେ ରିଲିଜ ହେବାକୁ ଥିବାବେଳେ ଦେଖିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି। ଏ ଦର୍ଶନ କିନ୍ତୁ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.