ଜଗା ଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତ୍ରୀ ଜୟପ୍ରଦା

ଜଗନ୍ନାଥ ଯୁଆଡେ ନେବେ ବାକି ଜୀବନ ସେଇ ଆଡକୁ ଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ ଜୟପ୍ରଦା । ମହାପ୍ରଭୁ ସମସ୍ତ ମନସ୍କାମନା ପୂରଣ କରିବେ ବୋଲି ପ୍ରତିକ୍ରିୟା କହିଛନ୍ତି । ଏହାସହ ରାମ ନବମୀରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପୁରୀ(କେନ୍ୟୁଜ୍): ପୁରୀରେ ଜୟପ୍ରଦା । ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟପ୍ରଦା । ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ । ମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା କରିଥିଲେ । ପରେ ବିମଳା ଓ ଲକ୍ଷ୍ମୀ ମନ୍ଦିର ଯାଇଥିଲେ ।

ସାଙ୍ଗରେ ଥିଲେ ପୁଅ ସମ୍ରାଟ । ଜଗନ୍ନାଥ ଯୁଆଡେ ନେବେ ବାକି ଜୀବନ ସେଇ ଆଡକୁ ଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ ଜୟପ୍ରଦା । ମହାପ୍ରଭୁ ସମସ୍ତ ମନସ୍କାମନା ପୂରଣ କରିବେ ବୋଲି ପ୍ରତିକ୍ରିୟା କହିଛନ୍ତି । ଏହାସହ ରାମ ନବମୀରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.