ସ୍ବପ୍ନରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ, ସକାଳୁ ଦର୍ଶନ କରିବାକୁ ପୁରୀ ଧାଇଁ ଆସିଲେ ବଲିଉଡ ଷ୍ଟାର ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  କାଳିଆ ଠାକୁରର ଲିଳା ଅପାର। କେତେବେଳେ କାହାକୁ  ନିଜ ଶରଣକୁ  ନେଇ  ଆସିବ ତାହା କେହି ଜାଣି ପାରିବେ ନାହିଁ। ହଟିଆ ଠାକୁର କାହାକୁ  ନିଜ ମାୟା ଜାଲରେ ଫସାଇଦେବ ତାହା କେହି କହିପରିବେ ନାହିଁ। ଠିକ୍ ଯେପରି  ବଲିଉଡ଼ର ସୁପର ଷ୍ଟାର ଗୋବିନ୍ଦାଙ୍କ ସ୍ବପ୍ନରେ ଆସି ତାଙ୍କୁ  ନିଜ ପାଖକୁ ଟାଣି ଆଣିଛନ୍ତି। ଆଜି ହାଠତ୍ ଶ୍ରୀମନ୍ଦିର ନିକଟରେ ଗୋବିନ୍ଦାଙ୍କୁ ଦେଖି ତାଜୁବ ହୋଇଯାଇଥିଲେ ପୁରୀକୁ ଆସୁଥିବା ଭକ୍ତ। ଖବର ପାଇଁ ଗଣମାଧ୍ୟମ ପ୍ରତିନିଧି ଶ୍ରୀମନ୍ଦିର ନିକଟରେ ପହଞ୍ଚି ଗୋବିନ୍ଦାଙ୍କ ପ୍ରତିକ୍ରିୟା ନେଇଥିଲେ ।

ପ୍ରତିକ୍ରିୟାରେ ଗୋବିନ୍ଦା  କହିଥିଲେ ପ୍ରଭୁ ଜଗନ୍ନାଥ ତାଙ୍କ ସ୍ବପ୍ନରେ ଆସି ଦର୍ଶନ ଦେଇଥିଲେ । ତେଣୁ  ସେ ଭାବବିହ୍ବଳ ହୋଇ ପୁରୀ ଧାଇଁ ଆସିଛନ୍ତି  । ଏହା ସହ ସେ କହିଥିଲେ  କଠିନ ପରିଶ୍ରମ ଦେଇ ଗତି କରୁଛି । ମହାପ୍ରଭୁଙ୍କ ଆର୍ଶିବାଦ ନେବାକୁ ପୁରୀ ଆସିଥିବା କହିଛନ୍ତି ଗୋବିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.