ସାମାନ୍ୟ ପାଟିତୁଣ୍ଡରୁ ଉଗ୍ରରୂପ ନେଲା ବିବାଦ, ଶ୍ୱଶୁର ଘର ଉପରକୁ ବୋମା ମାଡ଼ କଲା ଜ୍ୱାଇଁ

ନରସିଂପୁର : ଜ୍ବାଇଁର ଉନ୍ମତ୍ତ କାଣ୍ଡ । ଶ୍ବଶୂର ଘର ଉପରେ ବୋମା ମାଡ଼ କଲା ଜ୍ବାଇଁ । ବୋମାମାଡ଼ରେ ଘରରେ ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ନରସିଂହପୁର ଥାନା ଅନ୍ତର୍ଗତ ମୁସଲମାନ ସାହିରେ ଘଟିଛି ଏପରି ଘଟଣା ।

ଖବର ଅନୁଯାୟୀ, ନରସିଂହପୁର ଥାନା ଅଞ୍ଚଳ ସୁଲତାନ ମହମ୍ମଦଙ୍କ ଘରକୁ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଗାଁର ଜ୍ୱାଇଁ ଅବଦୁଲ୍‌ ମନସୁର ଆସିଥିଲେ । ମନ୍‌ସୁରଙ୍କ ସହ ତାଙ୍କର ଦୁଇ ସହଯୋଗୀ ମଧ୍ୟ ଆସିଥିଲେ । ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ଉତ୍‌କ୍ଷିପ୍ତ ହୋଇ ମନ୍‌ସୁର୍‌ ଦୁଇ ବୋମା ଶ୍ୱଶୁର ଘର ଉପରକୁ ଫିଙ୍ଗିଛନ୍ତି । ଯେଉଁଥିରେ ଘରର କବାଟ, ଝରକା, କାଚ ସହ ଅନେକ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ଅନ୍ୟପଟେ ବୋମାମାଡ଼ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି ।

ଆହୁରି ପଢ଼ନ୍ତୁ : ଅଧିକ ଯୌତୁକ ଦାବି, ଶାଶୁଘର ଲୋକଙ୍କ ମାଡରେ ବୋହୂ ଗୁରୁତର