ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡିରେ ପୁଣି ବୋମା ମାଡ଼ । ଦୀପାବଳିରେ ଘର ଉପରକୁ ବୋମାମାଡ଼ ହୋଇଛି । ଲଗାତାର ପୋଲିସକୁ ଚାଲେଞ୍ଜ କରି ଫୁଟୁଛି ହାତ ତିଆରି ବୋମା । ତେବେ କାହାର କୌଣସି କ୍ଷତି ହୋଇ ନାହିଁ । କିଏ ଓ କାହିଁକି ବୋମାମାଡ଼ କଲା କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୨ଟି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । କେନାଲ ସାହି ରାଜେନ୍ଦ୍ର ସେଠୀଙ୍କ ଘରେ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ତେବେ କାହାର କୌଣସି କ୍ଷତି ହୋଇନାହିଁ। ବୋମାମାଡ଼ର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ପୋଲିସର ମୁଣ୍ଡ ବିନ୍ଧା ପାଲଟିଛି ହାତ ତିଆରି ବୋମା । ଗତ ୫ ଦିନ ତଳେ ଦିଗପହଣ୍ଡିର ୩ଟି ସ୍ଥାନରେ ୫ଟି ବୋମା ଫୁଟିଥିଲା ବେଳେ ପୁଣି ବୋମା ଫୁଟିବା ଘଟଣା ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକା ପଞ୍ଜାରୁ ଏପରି ଘଟୁଥିବା ବେଳେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।