ପୂର୍ବ ଶତ୍ରୁତାକୁ ନେଇ ନରସିଂହପୁରରେ ବୋମାମାଡ଼

ନରସିଂହପୁର(କେନ୍ୟୁଜ୍): ନରସିଂହପୁରରେ ବୋମାମାଡ଼। ବିଳମ୍ବିତ ରାତିରେ ବୋମା ମାଡ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ନିମସାହ ଗ୍ରାମ ପଞ୍ଚାୟତର ଚେରମୂଳିଆ ଗ୍ରାମରେ। ସୂଚନା ଅନୁସାରେ ଗ୍ରାମର ଗୋବିନ୍ଦ ପୃଷ୍ଟି ଘର ଉପରକୁ ୨  ଜଣ ମୋଟର ସାଇକେଲରେ ଆସି ବୋମା ମାଡ କରି ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ଏନେଇ ନରସିଂହପୁର ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବାବେଳେ ପୂର୍ବ ଶତ୍ରୁତା ଯୋଗୁଁ ଏଭଳି ଘଟିଥିବାର ସୂଚନା ମିଳିଛି।

ସେହି ଗ୍ରାମର ନିଶିକାନ୍ତ ଖମାରି ନାମକ ବ୍ୟକ୍ତିଙ୍କ ସହ ତାଙ୍କର ଶତ୍ରୁତା  ଥିବା ବେଳେ ନିଶିକାନ୍ତ ଖମାରି ବୋମା ମାରିଥିବାର ଘର ତରଫରୁ ଅଭିଯୋଗ କରାଯାଇଛି । ବୋମା ମାଡରେ କାହାର କିଛି କ୍ଷତି ହୋଇନଥିଲା ବେଳେ  ଘର ବାହାରେ ଥିବା କାନ୍ଥ ଦାଗ ହେବାସହ ସେଠାରେ ଥିବା ପାଇପ ଫାଟି ଯାଇଛି।

 

Leave A Reply

Your email address will not be published.