ଜମି ଗଣ୍ଡଗୋଳରୁ ଫୁଟିଲା ବୋମା; ଉଡିଲା ଟିଣ ଚାଦର, ୨ଆହତ

ଭୁବନେଶ୍ବର(କେନ୍ଯୁଜ୍): ଜମି ଗଣ୍ଡଗୋଳରୁ ଫୁଟିଲା ବୋମା । ଉଡିଲା ଟିଣ ଚାଦର । ପ୍ଲଟିଙ୍ଗ ସ୍କିମକୁ ନେଇ ବୋମା ମାଡ଼ ହୋଇଛି । ଏଥିରେ ୨ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱର ବାଲିଅନ୍ତା ଥାନା ସରକଣା ମେଡ଼ିକାଲ ସମ୍ମୁଖରେ ବୋମାମାଡ଼ ହୋଇଛି ।
ଏକ ବିଲଡ଼ର ସଂସ୍ଥାରେ ଜମି ବିକ୍ରି ପରେ କମିଶନ ଟଙ୍କା ଦେଣନେଣ ନେଇ ବୋମା ମାଡ଼ ହୋଇଥିବା ଜଣାପଡିଛି। ଏଥିରେ ବିଲଡ଼ର ସଂସ୍ଥାର ଅଫିସ ଘର ଚାଦର ଉଡ଼ିଯାଇଥିବାବେଳେ ୨ ଆହତ ହୋଇଛନ୍ତି।