ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ରହ୍ମଗିରି ଅନତିରିଶି ଗାଁରେ ବୋମାମାଡ଼

ବ୍ରହ୍ମଗିରି(କେନ୍ୟୁଜ୍): ବ୍ରହ୍ମଗିରି ଅନତିରିଶି ଗାଁରେ ବୋମାମାଡ଼ । ପୂର୍ବ ଶତ୍ରୁତାରୁ ଦୁଇ ରାଜନୈତିକ ଦଳ ମଧ୍ୟରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଆଜି ସକାଳେ ପାଖାପାଖି ୧୦ଟି ବୋମା ମାଡ଼ ହୋଇଛି । ପୋଲିସ ଘଟଣାସ୍ଥଳରୁ ୪ଟି ଅଫୁଟା ବୋମା ଜବତ କରିଛି । ଏହାକୁ ନିଷ୍କ୍ରିୟ କରିବା ପାଇଁ ବୋମା ନିଷ୍କ୍ରିୟ ଟିମ୍‌ ସହାୟତା ନିଆଯାଇଛି । ବୋମା ମାଡ଼ ସହ ଟେକା ପଥର ଓ କାଚ ବୋତଲ ମାଡ଼ ହୋଇଥିବା ଜଣାପଡ଼ିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ମୁତୟନ କରାଯାଇଛି ।