ରାଜ୍ୟ

ପୁରୀ: ବ୍ରହ୍ମଗିରି ନାଥପୁର ବୋମାମାଡ଼ ଘଟଣା; ଆଉ ୫ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମଗିରି(କେନ୍ୟୁଜ୍): ପୁରୀ ଜିଲ୍ଲା ସାତପଡ଼ା ନାଥପୁର ବୋମାମାଡ଼ ଘଟଣାରେ ଆଉ ୫ଜଣଙ୍କୁ ଗିରଫ କରାଯାଇଛି। ୩୫ ମୌଜାର ଆଉ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ଏମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ବୋମାମାଡ଼ ଘଟଣାରେ ଗତକାଲି ଜଣେ ପଛୁଆବର୍ଗଙ୍କ ସହ ୩୫ ମୌଜାର ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଘଟଣାସ୍ଥଳରେ ୪ଜଣ ପୋଲିସ ଅଫିସର ଓ ଦୁଇ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଛନ୍ତି। ବୋମା ନିଷ୍କ୍ରିୟ ଟିମ୍‌, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ୩୬ଟି ଅଫୁଟା ବୋମା ଜବତ କରିଥିଲା। ପୋଲିସର ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ନାଥପୁର ଗାଁର ୩୫ ମୌଜା ବାସିନ୍ଦା ଓ ବ୍ରହ୍ମପୁର ଗାଁର ୪୬ ବାସନ୍ଦ ପରିବାର ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀ ପକ୍ଷରୁ ୫୦ରୁ ଅଧିକ ବୋମାମାଡ଼ ହୋଇଥିଲା। ସ୍ଥାନୀୟ ବସ୍ତିରେ ନିଆଁ ଲଗାଇ ଦେଇଥିଲେ ୩୫ ମୌଜାର ଉତ୍ୟକ୍ତ ଲୋକ । ବୋମାବର୍ଷା ସହ ଟେକା ପଥର ମାଡ଼ ହୋଇଥିଲା। ପରିସ୍ଥିତି ଉତ୍ତଜେନାପୂର୍ଣ୍ଣ ରହିଥିବାରୁ ଅତିରିକ୍ତ ଏସ୍‌ପିଙ୍କ ସମେତ ୪ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।

ରାତିରେ ନିଜେ ପୁରୀ ଏସ୍‌ପି ଓ ଏଡିଏମ୍‌ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ଏହି ଘଟଣାକୁ ନେଇ ଅଭିଯୋଗ ହୋଇଛି, କୃଷ୍ଣପ୍ରସାଦ ତହସିଲ ବ୍ରହ୍ମପୁର ୪୦ରୁ ଅଧିକ ପଛୁଆ ବର୍ଗର ଲୋକଙ୍କୁ ନାଥପୁର ୩୫ ମୌଜାରେ ଅସ୍ଥାୟୀ ଭାବରେ ବିସ୍ଥାପିତ କରାଯାଇଥିଲା । ସରକାରୀ ଜମିରେ ସେମାନେ ସ୍ଥାୟୀ ଘର ନିର୍ମାଣ କରୁଥିବାରୁ ବିରୋଧ କରିଥିଲେ ୩୫ ମୌଜା ବାସିନ୍ଦା । ଯାହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

Barsha

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

19 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

28 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago