ସିମେଣ୍ଟ କାମକୁ ନେଇ ଝାରପଡ଼ା ଅଞ୍ଚଳରେ ବୋମାମାଡ଼, ଅଭିଯୁକ୍ତ ଫେରାର

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ବୋମାମାଡ଼ । ଝାରପଡ଼ାର ଏକ ବସ୍ତିରେ ୨ ପରିବାରର ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଛି । ସିମେଣ୍ଟ କାମକୁ ନେଇ ୨ ପରିବାରର ଗଣ୍ଡଗୋଳ ହୋଇଥିଲା। ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମାମାଡ଼ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ତେବେ ଏହି ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିନାହିଁ ।

Also Read: କିଟ୍‌କୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ କରିଛି ଫିକି, ୨୬ରେ କରାଯିବ ସମ୍ମାନିତ

Leave A Reply

Your email address will not be published.