ବଡମ୍ବା ଥାନା ରତାପାଟରେ ନିର୍ବାଚନୀ ହିଂସା: ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼

ନରସିଂହପୁର(କେନ୍ୟୁଜ୍): ବଡମ୍ବା ଥାନା ଅଧିନ ରତାପାଟ ପଞ୍ଚାୟତରେ ନିର୍ବାଚନୀ ହିଂସା। ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମାଗିରାମ ବେହେରାଙ୍କ ଘର ଉପରକୁ ଗତକାଲି ୯ ଟା ୫୦ରେ ବୋମା ମାଡ଼ ହୋଇଛି। ଘର କାନ୍ଥରେ ମାଡ଼ ହୋଇ ଘର ଭିତରେ ବୋମା ବିସ୍ଫୋରଣ ହୋଇଛି।
ଗୋଟିଏ ବାଇକରେ ତିନିଜଣ ଦୁର୍ବୃତ୍ତ ଆସି ସରପଞ୍ଚ ପ୍ରାର୍ଥୀ ମାଗିରାମ ବେହେରାଙ୍କ ଘରକୁ ଲକ୍ଷ୍ୟ କରି ଲାଗ୍ ଲାଗ୍ ଦୁଇଟି ବୋମା ଫିଙ୍ଗିଥିଲେ। ପ୍ରଥମ ବୋମା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ମାଗିରାମ ବେହେରାଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକମାନେ ଶବ୍ଦ ଶୁଣି ଏକାଠି ହୋଇଥିଲେ। ଅପରପକ୍ଷରେ ରାଜନୈତିକ ଶତ୍ରୁତାରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବୋମାମାଡ଼ ପରେ ରତାପାଟ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୋଲିସ ପ୍ରାଥମିକ ତଦନ୍ତ କରୁଥିବା ସୂଚନା ମିଳିଛି।