ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରେ ବୋମା ଆତଙ୍କ, ବୋମା ସ୍କ୍ୱାର୍ଡ ଦ୍ୱାରା ଯାଞ୍ଚ ପରେ ଜଣା ପଡିଲା ମିଛ

ଭୁବନେଶ୍ୱର: ବୋମା ଧମକକୁ ନେଇ ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରେ ଆତଙ୍କ । ବେଙ୍ଗାଲୁରୁରୁ ଝାରସୁଗୁଡା ଆସିଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଏକ ଅଜଣା ଫୋନ କଲ ଆସିଥିଲା । ଯାହାକୁ ନେଇ ବିମାନ ବନ୍ଦରରେ ଆତଙ୍କ ଦେଖା ଯାଇଥିଲା । ଝାରସୁଗୁଡାରେ ବିମାନ ପହଁଚିବା ପରେ ବୋମା ସ୍କ୍ୱାର୍ଡ ଦ୍ୱାରା ଯାଞ୍ଚ କରାଯାଇଛି ।

ଏଥି ସହିତ ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ବୋମା ଥିବା ଧମକ ମିଳିଛି । ଫଳରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ସ୍କ୍ୱାର୍ଡ ଦଳ ପହଞ୍ଚି କଡ଼ାକଡି ଯାଞ୍ଚ କରିଛି ବିମାନ ବନ୍ଦର । ମିଳିଥିବା ଖବର ଅନୁସାରେ ଯାଞ୍ଚ ପରେ ବୋମା ଧମକ ମିଛ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଗୁରୁବାର ୯୫ ବିମାନକୁ ବୋମା ଧମକ ମିଳିଛି । ଆଜି ଯେଉଁ ବିମାନଗୁଡିକୁ ବୋମା ଧମକ ମିଳିଛି, ସେଥିରେ ଏୟାର ଇଣ୍ଡିଆର ୨୦, ଇଣ୍ଡିଗୋର ୨୦, ଭିସ୍ତାରର ୨୦ ଏବଂ ଅକାସାର ୨୫ ବିମାନ, ସ୍ପାଇସଜେଟ୍‌ର ୫, ଆଲିଆନ୍ସ ଏୟାରର ୫ ବିମାନ ସାମିଲ ରହିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like