ଉଜ୍ଜଳପୁର ଜଙ୍ଗଲରେ ହାତୀକୁ ବୋମାମାଡ଼, ଶୁଣ୍ଢରେ ଲାଗିଛି ଗଭୀର କ୍ଷତ

ସୁନ୍ଦରଗଡ଼/ ନରସିଂହପୁର : ହାତୀକୁ ବୋମାମାଡ଼ । ଦନ୍ତା ହାତୀକୁ ବୋମାମାଡ଼ ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଉଜ୍ଜ୍ବଳପୁର ଫରେଷ୍ଟ ରେଞ୍ଜ କରୁଆ ବାହାଲ ଜଙ୍ଗଲରେ ବୋମାମାଡ଼ ହୋଇଛି । ହାତୀ ଶୁଣ୍ଢରେ ବାଜିଛି ବୋମା । ଗୁରୁତର ଅବସ୍ଥାରେ ଜଙ୍ଗଲରେ ଛଟପଟ ହେଉଛି ଅସୁସ୍ଥ ଦନ୍ତା । ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଅନୁମାନ କରାଯାଉଛି ୭ରୁ ୮ ଦିନ ପୂର୍ବରୁ ଲାଗିଥିଲା ଆଘାତ କିନ୍ତୁ ଚିକିତ୍ସା କରାଯାଇନଥିଲା ।
ସେପଟେ ନରସିଂହପୁର ପୂର୍ବ ବନାଞ୍ଚଳ ଅଧୀନ ପାଞ୍ଚଗୋଛିଆ ବିଟ ରଙ୍ଗଡ଼ାବ ଗାଁରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ତେବେ ହାତୀର ମୃତ୍ୟୁ କିପରି ହେଲା କାରଣ ଜଣାପଡି ନାହିଁ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଅନ୍ୟପଟେ ବିଭିନ୍ନ ଫରେଷ୍ଟ ରେଞ୍ଜ ଅଞ୍ଚଳ ଗୁଡିକରେ ଫରେଷ୍ଟ ଗାର୍ଡ ମାନଙ୍କ ପାଇଁ ରହିଥିବା ବିଟ ଗୁଡିକରେ କୌଣସି କର୍ମଚାରୀ ରହୁ ନଥିବା ଯୋଗୁ ଦୁର୍ବୃତ୍ତଙ୍କୁ ଏପରି କାଣ୍ଡ କରିବାକୁ ବେଶ୍ ସୁଯୋଗ ମିଳୁଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଆହୁରି ପଢନ୍ତୁ : ବଢିଛି କୁମ୍ଭୀର ସଂଖ୍ୟା, ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ