ଓଲିଉଡ୍ ରେ ଏଣ୍ଟ୍ରି କରିବେ ଲୋକପ୍ରିୟ ଫିଲ୍ମ ନିର୍ମାତା ବୋନି କପୁର

ଭୁବନେଶ୍ବର : ବୋନି କପୁର ତିଆରି କରିବେ ଓଡ଼ିଆ ଫିଲ୍ମ । ଏନେଇ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି । ଅଲଗା ଭାଷାରେ ସିନେମା ତିଆରି କରିଛି । ତେଣୁ ଓଡିଆରେ ବି ତିଆରି କରିବି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ଫିଲ୍ମ ପ୍ରଯୋଜକ ବୋନି କପୁର ।
ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବାକୁ ପାଇଁ ସେ ହାତ ବଢ଼ାଇବେ ବୋଲି କହିଛନ୍ତି । ଓଡ଼ିଶାରେ ସୁଟିଂ କରିବା ପାଇଁ ଭଲ ସ୍ପଟ୍ ଥିବା କହିଛନ୍ତି ବୋନି । ଆସନ୍ତା ୧୬ରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ସେଲିବ୍ରିଟି କ୍ରିକେଟ ଲିଗ୍ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନୀ କପୁର ।
ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମ୍ୟାଚ ସେଲିବ୍ରିଟି କ୍ରିକେଟ୍ ଲିଗରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ।ବୋନି କପୁର ଆହୁରି କହିଛନ୍ତି ଯେ, ଓଡିଶାରେ ପିଲ୍ମ ସୁଟିଂ ପାଇଁ ବ୍ୟାପକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟାପ୍ତ ସୁବିଧା ରହିଛି । ଏ ସବୁର ପ୍ରଚାର ପ୍ରସାର ହେଲେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଓଡିଶା ହେବ ପସନ୍ଦ ଯୋଗ୍ୟ ଫିଲ୍ମ ସୁଟିଂ ସ୍ଥାନ । ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ ।
Also read : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏବଂ ଅଭିନେତା ଅର୍ଜୁନ କପୁର