ଆଜିିଠୁ କରିହେବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଲେଟ୍‌ ବୁକିଂ, ପରିବହନ ବିଭାଗ ପକ୍ଷରୁ ଅନଲାଇନ ସେବା ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍‌): ଆଜିିଠୁ କରିହେବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଲେଟ୍‌ ବୁକିଂ । ପରିବହନ ବିଭାଗ ପକ୍ଷରୁ ଏହି ଅନଲାଇନ ସେବା ଆରମ୍ଭ ହୋଇଛି । siam.in ୱେବ୍‌ସାଇଟରେ ଲଗଇନ୍‌ କରି ଏହି ନମ୍ବର ପ୍ଲେଟ ବୁକିଙ୍ଗ କରିପାରିବେ । ୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍‌ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌’ ବା HSRP ଲଗାଇବା ପାଇଁ ବୁକିଂ ଆରମ୍ଭ ହେବ ।

ଏଥିପାଇଁ ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫ୍ୟାକଚରର୍‌ ବା ସିଆମ୍‌ ପକ୍ଷରୁ ଏକ ୱେବ୍‌ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଏଥିରେ ଗାଡିର ସବିଶେଷ ସୂଚନା ଦିଆଯିବା ପରେ ଗାଡି ମାଲିକଙ୍କୁ ତାଙ୍କ ପସନ୍ଦ ଅନୁସାରେ ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ଦିନ ଓ ସ୍ଥାନ ଧାର୍ଯ୍ୟ କରିବେ । ଗାଡି ନିର୍ମାତା କମ୍ପାନୀ ଗୁଡିକଙ୍କ ଅନୁସାରେ, ବିଭିନ୍ନ ଗାଡିର ନମ୍ବର ପ୍ଳେଟ୍‌ ପାଇଁ ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

ବାଇକ ଚାଳକମାନେ ୩୨୦ ଟଙ୍କାରୁ ୩୮୦ ଟଙ୍କା, ଅଟୋ ପାଇଁ ୩୫୦ରୁ ୪୫୦, ଚାରିଚାକିଆ ଯାନ ପାଇଁ ୫୯୦ରୁ ୭୦୦ ଟଙ୍କା ଏବଂ ଭାରି ଯାନ ପାଇଁ ୬୦୦ରୁ ୮୦୦ ଟଙ୍କା ଦେବାକୁ ପଡିବ । ଏଥିସହ ନିର୍ଦ୍ଧାରିତ ମୂଲ୍ୟର ୧୮ ପ୍ରତିଶତ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ । ଏଥିରେ ଗାଡ଼ିର ସବିଶେଷ ବିବରଣୀ ଉପଲବ୍ଧ ରହିବ । ତେଣୁ ଗାଡ଼ି ଚୋରି ହେଲେ ଠାବ କରିବାକୁ ସହଜ ହେବ । ଏପଟେ ହାଇ ସିକ୍ୟୁରିଟି ନମ୍ବର ବ୍ୟବସ୍ଥାକୁ ବିରୋଧ। ୨୦ ହଜାର ଷ୍ଟିକରିଂ ଆର୍ଟିଷ୍ଟ ଜୀବିକା ହରାଇବା ଆଶଙ୍କାରେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.