ଯାଜପୁର : ଉନ୍ମୋଚିତ ହେଲା ପୁସ୍ତକ ‘ଶକ୍ତି ପରମ୍ପରାରେ ବିରଜା’

ଯାଜପୁର ଟାଉନ (କେନ୍ୟୁଜ୍‌) : ‘ଶକ୍ତି ପରମ୍ପରାରେ ବିରଜା’ । ଏଇ ପୁସ୍ତକ ଆଜି ଉନ୍ମୋଚିତ ହୋଇଯାଇଛି । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଉପରେ ଆଧାରିତ ଏହି ପୁସ୍ତକ ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇଯାଇଛି। ବିରଜା ଜ୍ୟୋତି ପରିବାରବର୍ଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମିଶ୍ର, ଭାଷା ଓ ସାହିତ୍ୟ ସଂସ୍କୃତି ଗବେଷକ ଡ. ଅନ୍ତର୍ଯ୍ୟାମୀ ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ପୁସ୍ତକର ରଚୟିତା ଡ. ଜ୍ଞାନରଞ୍ଜନ ପତିଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ। ଏହି ପୁସ୍ତକ ପ୍ରକାଶନ ଫଳରେ ଜିଲ୍ଲାର ପୁରାତନ ଐତିହ୍ୟ ଓ ପୌରାଣିକ କଥା ବସ୍ତୁ ସମ୍ପର୍କରେ ଅନେକ ତଥ୍ୟ ଲୋକଲୋଚନକୁ ଆସିପା ରିବ ବୋଲି ମତ ପ୍ରକାଶ ପାଇଛି। ଏହି ଉତ୍ସବରେ ବିଭିନ୍ନ ବୁଦ୍ଧିଜୀବୀ, ସାହିତ୍ୟିକ, ଗବେଷକ ଉପସ୍ଥିତ ଥିଲେ।

ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକଶନ ସଂସ୍ଥା ଦ୍ୱାରା ଏହି ପୁସ୍ତକଟି ପ୍ରକାଶିତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.