ଆଜିଠୁ ଆରମ୍ଭ ହେଲା ବୁଷ୍ଟର ଡୋଜ୍ ଟିକାକରଣ: ୧୮ ବର୍ଷରୁ ଅଧିକ ବୟସର ଲୋକ ନେଇପାରିବେ ଡୋଜ୍‌

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଉଛି କରୋନା ଟିକାର ବୁଷ୍ଟର ଡୋଜ୍‌ । ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରିକସନାରୀ ଡୋଜ୍‌ ମିଳିପାରିବ । ବିନା ପଞ୍ଜିକରଣରେ ଲୋକେ ବୁଷ୍ଟର ଡୋଜ ନେଇପାରିବେ । ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ ଏବଂ ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକାକରଣକୁ ୯ ମାସ ପୂରିଥିବ, ସେମାନେ ଘରୋଇ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ୍‌ ନେଇପାରିବେ ।

ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର ପ୍ରମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକଙ୍କୁ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ବୁଷ୍ଟର ଡୋଜ୍‌ ନେଇପାରିବେ । ଦେଶରେ ଏପର୍ଯ୍ୟନ୍ତ ୧୮୫ କୋଟି ୬୦ଲକ୍ଷରୁ ଅଧିକ ଡୋଜ୍‌ ଟିକା ପ୍ରଦାନ କରାଯାଇସାରିଲାଣି।

Leave A Reply

Your email address will not be published.