ସୀମା ପୁନର୍ଗଠନ ଡେଡ୍ ଲାଇନ୍ ଜୁନ୍ ୩୦, ଆସନ୍ତା ଜନଗଣନାକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର : ଆସନ୍ତା ଜନଗଣନା ପୂର୍ବରୁ ସୀମା ପୁନର୍ଗଠନ ସାରିବାକୁ ନିର୍ଦ୍ଦେଶ । ଜୁନ୍ ୩୦ ତାରିଖ ସୁଦ୍ଧା ସୀମା ପୁନର୍ଗଠନ ହେବ । ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଚଳିତ ବର୍ଷ ଜୁନ ୩୦ ତାରିଖକୁ ଡେଡଲାଇନ ଦର୍ଶାଇଛି ବିଭାଗ ।  ଜିଲ୍ଲା, ସବ୍ ଡିଭିଜନ, ତହସିଲ, ରାଜସ୍ବ ଗ୍ରାମ, ULB ପାଇଁ ନୋଟିସ୍ ଜାରି ହୋଇଛି  । ଜନଗଣନା ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ବିଜ୍ଞପ୍ତିର ଗୁରୁତ୍ବ ରହିଛି ।  ଜନଗଣନା ସମୟରେ ସଠିକ ତଥ୍ୟ ସଂଗ୍ରହ ଏବଂ ଜନ ଗଣନା ପରେ ପ୍ରଭାବୀ ପ୍ରାଶାସନିକ ପରିଚାଳନା କରିବାକୁ ପ୍ରଶାସନିକ ସୀମା ପୁନର୍ଗଠନ ପାଇଁ ଏହି ବିଜ୍ଞପ୍ତି ଏକ ପ୍ରକ୍ରିୟା ।

ଏହି ବିଜ୍ଞପ୍ତି କାହିଁକି ଗୁରୁତ୍ବପୂର୍ଣ୍ଣ :

ଏହି ବିଜ୍ଞପ୍ତି ଜନଗଣନା ପ୍ରସ୍ତୁତି ପ୍ରକ୍ରିୟାକୁ ସୂଚାଉଛି । ଜନଗଣନା ନିୟମ ୧୯୯୦ ସହିତ ସମନ୍ବୟ ରଖୁଛି । ବିଜ୍ଞପ୍ତିର ଉଦ୍ଦେଶ୍ୟ, ପ୍ରଶାସନିକ ସୀମା ପୁନର୍ଗଠନ କରି ଜନଗଣନା ପ୍ରସ୍ତୁତି ପାଇଁ ଏକ ଫ୍ରେମୱର୍କ ତିଆର କରିବା ।  କାରଣ ଜନଗଣନାରେ ସଠିକ ତଥ୍ୟ ସଂଗ୍ରହ ସୁନିଶ୍ଚିତ କରିବା ପାଇଁ ଏକ ନିର୍ଦ୍ଧାରିତ ସୀମା ଆବଶ୍ୟକ । ବିଜ୍ଞପ୍ତି ଜରିଆରେ ପ୍ରଶାସନିକ ସୀମାରେ ପରିବର୍ତ୍ତନ କରି ହେବ  । ଜିଲ୍ଲା, ଉପଖଣ୍ଡ, ତହସିଲ, ରାଜସ୍ୱ ଗ୍ରମା ଓ ପୌରାଞ୍ଚଳରେ ସୀମା ପରିବର୍ତ୍ତନ ହେବ।  ୨୦୨୫ ଜୁନ ୩୦ ତାରିଖ ସୁଦ୍ଧା ସୀମା ପୁନର୍ଗଠନ ହେବ । ଜନସଂଖ୍ୟାରେ ପରିବର୍ତ୍ତନ, ପ୍ରଶାସନିକ ଆବଶ୍ୟକତା ଓ ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିରୁ ସୀମା ପୁନର୍ଗଠନ ଜରୁରୀ ।  ୨୦୨୫ ଜୁଲାଇ ୧ ସୁଦ୍ଧା ସୀମା ପୁନର୍ଗଠନ କରି ଜନଗଣନା ପ୍ରକ୍ରିୟାରେ ଏକ ସ୍ଥିରତା ଆଣିହେବ । ସୀମା ପୁନର୍ଗଠନ ପରେ ଜନଗଣନା ତଥ୍ୟରେ ବିସଂଗତିକୁ ଅଟକାଇ ହେବ । ଯୋଜନା ଓ ନୀତି ନିର୍ଦ୍ଧାରଣ ପାଇଁ ଜନଗଣନାର ବିଶ୍ୱସନୀୟତା ଜରୁରୀ ଅଟେ । ସୀମା ପୁନର୍ଗଠନ ପ୍ରକ୍ରିୟା ମଝିରେ ଜନଗଣନା ହେଲେ ବିସଂଗତି ସୃଷ୍ଟି ହୋଇପାରେ ।

୨୦୨୦-୨୪ ମଧ୍ୟରେ ଆସିଥିବାବିଜ୍ଞପ୍ତିଗୁଡିକର ନିର୍ଦ୍ଦେଶାବଳୀଠାରୁ ନୂଆ ବିଜ୍ଞପ୍ତିରେ ଅପଡେଟ୍ ଅଛି । ଜନଗଣନାର ଆବଶ୍ୟକତା ଏବଂ ପରିବର୍ତ୍ତିତ ପରିସ୍ଥିତିର ଆବଶ୍ୟକତା ଦେଖି ନିର୍ଦ୍ଦେଶାବଳୀ ଅପଡେଟ୍ ହୋଇଛି । ପ୍ରଶାସନିକ ସୁପରିଚାଳନା, ସମ୍ବଳ ଆବଣ୍ଟନ ଓ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ସ୍ଥିର ପ୍ରାଶାସନିକ ୟୁନିଟ ଜରୁରୀ । ବିଜ୍ଞପ୍ତି ଜରିଆରେ ଜନଗଣନା ଓ ଦୀର୍ଘମିଆଦୀ ପ୍ରଶାସନିକ ପରିଚାଳନା ପାଇଁ ପ୍ରଶାସନିକ ୟୁନିଟଗୁଡିକୁ ଚୂଡ଼ାନ୍ତ କରିବାକୁ ସୁନିଶ୍ଚିତ କରାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ, ଜନଗଣନା ପୂର୍ବରୁ ଏହି ବିଜ୍ଞପ୍ତି ଏକ ପ୍ରକ୍ରିୟା, ଯାହା ସଠିତ ତଥ୍ୟ ସଂଗ୍ରହ ସହ ଜନଗଣନା ପରେ ପ୍ରଭାବୀ ପ୍ରଶାସନିକ ପରିଚାଳନାରେ ସାହାଯ୍ୟ କରିବ ।

 

ଆହୁରି ପଢ଼ନ୍ତୁ :  ଦାରୁ ବିବାଦ ବୈଠକ ଦ୍ବିତୀୟ ଦିନରେ, ରାମକୃଷ୍ଣ ଓ ଗଣେଶଙ୍କୁ ହେଲା ପଚରା ଉଚରା