ରାଜନୀତିରେ ସବୁକିଛି ସମ୍ଭବ: ଗୋଟିଏ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉଭୟ ଦମ୍ପତି ପ୍ରାର୍ଥୀ, ଲଢିବେ ପରସ୍ପର ବିରୋଧରେ

ରେଢାଖୋଲ(କେନ୍ଯୁଜ୍): ରାଜନୀତିରେ ସବୁକିଛି ସମ୍ଭବ। ଗୋଟିଏ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉଭୟ ପତି ପତ୍ନୀ ପରସ୍ପର ବିରୋଧରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଲିପିଣ୍ଡା ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଭୟ ଦମ୍ପତି ପ୍ରାର୍ଥୀ ହୋଇଛନ୍ତି।

ଦୁଇ ଦୁଇ ଥର ସମିତି ସଭ୍ୟ ତଥା ଯୁଯୁମୁରା ବ୍ଲକର ପୂର୍ବତନ ଉପାଧକ୍ଷ ପ୍ରଫୁଲ୍ଲ ମିର୍ଦ୍ଦା ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା ପ୍ରଫୁଲ୍ଲଙ୍କ ପତ୍ନୀ ମୁନମୁନ ମାଝୀ ଲିପିଣ୍ଡା ପଞ୍ଚାୟତର ସରପଞ୍ଚ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଉଭୟ ପ୍ରାର୍ଥୀପତ୍ର ଦାଖଲ କରିବା ପଛରେ ଥିଲା ସ୍ୱତନ୍ତ୍ର ରଣନୀତି। ପତ୍ନୀଙ୍କୁ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ କରାଇବାକୁ ଚାହୁଁଥିଲେ ପ୍ରଫୁଲ୍ଲ। କିନ୍ତୁ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ତାହା ସମ୍ଭବ ହେଲା ନାହିଁ। ତେଣୁ ପୂର୍ବ ରଣନୀତି ମୁତାବକ ଏବେ ପତ୍ନୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.