ଆସନ୍ତା ୧୫ରେ ପୁଣି ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ବଲାଙ୍ଗିରରେ ମୋଦି ଓ ରାଜଧାନୀରେ କୃଷକଙ୍କ ସହ ରହିବେ ନବୀନ

ଭୁବନେଶ୍ବର : ଘରକୁ ଘର ବୁଲୁଛନ୍ତି ବିଜେପି ନେତା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ନ୍ୟୋତା ଦେଉଛନ୍ତି । ବଲାଙ୍ଗିର ସଭାକୁ ସଫଳ କରିବାକୁ ବିଜେପିର ନେତାମାନେ ଲାଗିପଡିଛନ୍ତି। ବଲାଙ୍ଗିରରେ ସରକାରୀ କାର୍ଯ୍ୟକ୍ରମ ସହ ରହିଛି ଦଲୀୟ ସଭା । ମାସକ ଭିତରେ ମୋଦିଙ୍କର ଏହା ହେବ ତୃତୀୟ ଓଡ଼ିଶା ଗସ୍ତ ।

ଗତ ୨୪ରେ ଖୋର୍ଦ୍ଧା ଆସିଥିଲେ ମୋଦି। ଦିନକ ପରେ ଥିଲା ବିଜେଡି ପ୍ରତିଷ୍ଠା ଦିବସ। ଗତ ୫ ତାରିଖରେ ପୁରୀରେ ପୁରୀରେ ନବୀନ ମିଶନ ଶକ୍ତି ଜରିଆରେ ଶକ୍ତି ପ୍ରଦର୍ଶନ କଲେ। ସେହିଦିନ ରହିଥିଲା ମୋଦିଙ୍କ ବାରିପଦା କାର୍ଯ୍ୟକ୍ରମ। ଏବେ ୧୫ ତାରିଖ ଦିନ ମୋଦିଙ୍କ ବଲାଙ୍ଗିର ଗସ୍ତ। ସେହିଦିନ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ ଉଦ୍‌ଘାଟନ କରିବେ ନବୀନ। କୃଷି ବିଭାଗ ଓ ସିଆଇଆଇ ମିଳିତ ଭାବେ ମହୋତ୍ସବର ଆୟୋଜନ କରୁଛନ୍ତି ।

ବିଜେଡି-ବିଜେପି ଟକ୍କର ଚାଲିଛି । ପରସ୍ପର ଶକ୍ତି ପ୍ରଦର୍ଶନ କରୁଛନ୍ତି । ନିର୍ବାଚନକୁ ଖୁବ ସମୟ। ଏ ଲଢେଇ ଆଗକୁ ମଧ୍ୟ ତୀବ୍ର ହେବ ଏଥିରେ ସନ୍ଦେହ ନାହିଁ।