ବୌଦ୍ଧ ଉପଜିଲ୍ଲାପାଳ ଶରତ ବାଗଙ୍କୁ ସର୍ତ୍ତମୂଳକ ଜାମିନ୍‌, ତାଙ୍କ ନାଁରେ ପତ୍ନୀ ଆଣିଥିଲେ ନିର୍ଯାତନା ଅଭିଯୋଗ

ବୌଦ୍ଧ: ବୌଦ୍ଧ ଉପଜିଲ୍ଲାପାଳ ଶରତ ବାଗଙ୍କୁ ଜାମିନ୍‌ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ସହ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏହି ସର୍ତ୍ତ ଗୁଡିକ ହେଲା, ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କୁ ପୂର୍ଣ୍ଣ ସହାୟତା କରିବେ, ଆଗକୁ ଏଭଳି ଆଚରଣ କରିବେ ନାହିଁ ଓ ଅଭିଯୋଗକାରିଣୀଙ୍କୁ ଧମକ ଦେବେ ନାହିଁ।

ଗତ ୨୭ ତାରିଖରେ ବିଟିଏମ ଫାଣ୍ଡିରେ ଉପଜିଲ୍ଲାପାଳଙ୍କ ପତ୍ନୀ ଡାଳିଆ ଦେବନାଥ ତାଙ୍କ ନାଁରେ ନିର୍ଯାତନା ଅଭିଯୋଗ କରିଥିଲେ । ପରେ ଅଭିଯୋଗକୁ ତଦନ୍ତ କରି ଉପଜିଲ୍ଲାପାଳଙ୍କୁ ଗିରଫ କରିଥିଲା ପୋଲିସ ।