ପାହାଡ଼ ଚଢିଲେ ବୌଦ୍ଧ ଜିଲ୍ଲାପାଳ, ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବାକୁ ସମୀକ୍ଷା

କଣ୍ଟାମାଳ: ପାହାଡ଼ ଚଢିଲେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ।  କଣ୍ଟାମାଳ ବ୍ଲକ ଆମ୍ବାଗାଁ ପଂଚାୟତର କୁପକୁପା ଗାଁ ପାହାଡ଼ ଚଢି ପୁରାତନ ମନ୍ଦିର ବୁଲି ଦେଖିଛନ୍ତି ଜିଲ୍ଲପାଳ ।  ମନ୍ଦିରକୁ ଆଗାମୀ ଦିନରେ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବାକୁ ସେ ସମୀକ୍ଷା କରିଛନ୍ତି ।  ପାଖାପାଖି ଅଧା କିଲୋମିଟର ଚାଲି ଚାଲି ପାହାଡ ଉପରେ ପହଞ୍ଚି ପର୍ଯ୍ୟଟନ ଭିତ୍ତି ଭୂମିର ତଦାରଖ କରିଥିଲେ ।

ଏଥି ସହ ଉନ୍ନତିକରଣ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।  ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପର୍ଯ୍ୟଟନ ଅଧିକାରୀଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀ ବି ଉପସ୍ଥିତ ଥିଲେ ।

 

Also read: ଟଙ୍କା ଦେଣ ନେଣକୁ ନେଇ ଗୁଳିକାଣ୍ଡ, ୬ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ