ପୁରୀ ସମଗରା ନାଳରେ ପଡ଼ି ନାବାଳକ ମୃତ୍ୟୁ ଘଟଣା, ଟାୟାର ଜାଳି ପୁରୀ-କୋଣାର୍କ ରାସ୍ତା ଅବରୋଧ ପରେ ମିଳିଲା ପ୍ରତିଶୃତି

ପୁରୀ(କେନ୍ଯୁଜ୍) : ପୁରୀ ବାଲିଘାଟ ଛକ ନିକଟ ସମଗରା ନାଳରେ ପଡ଼ି ନାବାଳକ ମୃତ୍ୟୁ ଘଟଣାର ପ୍ରତିବାଦ । ଟାୟାର ଜାଳି ପୁରୀ-କୋଣାର୍କ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତ ଶିଶୁର ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ହଜାର ଟଙ୍କା ଦିଆଯାଇଛି।
ଏହାସହ ପ୍ରାକୃତିକ ବିପର୍ଯ୍ଯୟ ପାଣ୍ଠିରୁ ୪ଲକ୍ଷ ଟଙ୍କା ସହାୟତା ଦେବାକୁ ପ୍ରତିଶୃତି ଏବଂ ଡ୍ରେନ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା। ନାଳରେ ପଡ଼ି ସମଗରା ନୂଆସାହିର ଜଣେ ବାଳକର ମୃତ୍ୟୁ ଘଟିଥିଲା । ବାଲିଘାଟ ଛକ ନିକଟରୁ ସମଗରା ନାଳ ପର୍ୟ୍ୟନ୍ତ ସ୍ଲାବ ନଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।