ଗଞ୍ଜାମ ଅନ୍ତରପଡା ଗାଁରେ ଅଭାବନୀୟ ଘଟଣା , ଜନ୍ମ ପୂର୍ବରୁ ଭୃଣ ହତ୍ୟା କରି ପୋଖରୀକୁ ପିଙ୍ଗି ଦେଲା ମା’

ଗଞ୍ଜାମ(କେନ୍ୟୁଜ୍) : ହୀନ ମାନସିକତାର ଆଉ ଏକ ନମୁନା । ଜନ୍ମ ପୂର୍ବରୁ ଭ୍ରୁଣ ହତ୍ୟା କରି ପୋଖରୀକୁ ଫୋପାଡି ଦେଲା ମାଆ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତରପଡା ଗାଁ ନିକଟରେ । ସକାଳୁ ଗାଁ ନିକଟରେ ଥିବା ପିଲିଖାଇ ନାଳରେ ଏକ ଅପରିପକ୍ୱ ପୁତ୍ର ସନ୍ତାନର ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ନିକଟରେ କିଛି ଔଷଧ ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି । ଏହା କୌଣସି ଅବୈଧ ସମ୍ପର୍କର କାରଣ ହୋଇଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.