ରାଜ୍ୟ

ବୁଲା କୁକୁରଙ୍କ ପ୍ରେମରେ ପଡିଛି ସୋମା, ଘରେ ନରହି ରହୁଛି ତାଙ୍କରି ମେଳରେ

ଆନନ୍ଦପୁର (କେନ୍ୟୁଜ) : ଆପଣ ଅନେକ ସମୟରେ ଏପରି ଚିତ୍ର ଦେଖିଥିବେ ଅବା ଖବର ଶୁଣିଥିବେ ଯେ କୌଣସି ଛୋଟ ଛୁଆକୁ କୁକୁର କାମୁଡି ଦେଇଛି ଆଉ କେଉଁଠି ଝୁଣି ପକାଇଛି । ହିଂସ୍ର କୁକୁର ଏପରି ଭାବରେ ମଣିଷକୁ କ୍ଷତି ପହଁଚାଉଥିବାର ଦେଖିଥିବେ କିନ୍ତୁ ଏଠି ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଏଠି କିଛି କୁକୁର ଆଉ ଗୋଟିଏ ଛୋଟ ପିଲା ଭିତରେ ଥିବା ସ୍ନେହ ଶ୍ରଦ୍ଧା, ବନ୍ଧୁତାର ନିବିଡ଼ ଦୃଶ୍ୟ ଦେଖିବାକୁ ମିଳୁଛି । କେହି କାହାକୁ ଛାଡ଼ି ରହି ପାରୁ ନାହାନ୍ତି । କୁକୁରକୁ କାହିଁକି ବିଶ୍ୱସ୍ତ ବୋଲି କୁହାଯାଏ ଏବଂ କୁକୁରକୁ ମଣିଷ ଏତେ ଭଲ କାହିଁକି ପାଏ ତାର ଚିତ୍ର ଆପଣ ଏଇଠି ଦେଖି ପାରିବେ । ଏଠି କୁକୁର କାହାର କିଛି କ୍ଷତି କରୁନି ବରଂ ଛୋଟ ପିଲାଟି ସ୍ନେହ ପ୍ରେମରେ ବୁଲା କୁକୁର ବନ୍ଧା ପଡ଼ିଛନ୍ତି ପୋଷା କୁକୁର ଭାବରେ ।  ଏ ଛୋଟ ପିଲାଟି ହେଉଛି ସୋମା । ଆଦିବାସୀ ନାବାଳକ ସୋମାର କୁକୁରଙ୍କ ପ୍ରତି ଭଲ ପାଇବା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ସ୍ଥାନୀୟ ଅଞ୍ଚଳରେ ତ ଭାରି ଚର୍ଚ୍ଚାରେ ଅଛନ୍ତି ସୋମା ଆଉ ତାର କୁକୁର ସାଙ୍ଗ । ସେମାନଙ୍କ ସମ୍ପର୍କର ଦୃଶ୍ୟ ଦେଖିଲେ ଲାଗେ ଯେମିତି ଯୁଗ ଯୁଗରୁ ଜନ୍ମ ଜନ୍ମରୁ କୁକୁରମାନେ ସୋମାର ସାଥୀ ଥିଲେ ।

କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ଗଁପୁର ଗାଁ। ଗାଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ କେଶବ ମୁଣ୍ଡାଙ୍କ ଘର। କେଶବଙ୍କ ବଡପୁଅ ସୋମା ଏବେ ମାତ୍ର ୧୦ ବର୍ଷର । ଅଙ୍ଗାରୁଆ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢେ। ତେବେ ଆଶ୍ଚର୍ଯ୍ୟର କଥା ସୋମା ନିଜ ବୟସର ସାଙ୍ଗ ନୁହଁ ବରଂ ଗାଁର ବୁଲା କୁକୁରଙ୍କ ସାଙ୍ଗ ହୁଏ। ତାର ଟିକିଏ ଇସାରାରେ ଏକାଠି ହୋଇଯାନ୍ତି ସ୍ଥାନୀୟ ଅଞ୍ଚଳରେ ଥିବା କୁକୁର ସବୁ। ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ସେ ଦିନ ଦିନ ଧରି ଘର ଛାଡି ସେଇ କୁକୁର ଦଳ ପାଖରେ ରହେ । ତାଙ୍କ ଠାରୁ କ୍ଷୀର ଖାଏ ଓ ସେମାନଙ୍କ ସହିତ ଖେଳେ । ହେଲେ କୁକୁରମାନେ ତାର କିଛି ବି କ୍ଷତି କରନ୍ତିନି।

ବିଗତ କିଛି ଦିନ ଧରି ସୋମା କୁକୁରଙ୍କ ସାଙ୍ଗରେ ରହୁଥିବା ବେଳେ ଆଜି ଘରକୁ ଫେରିଛି। ଗାଁକୁ ଲାଗିଛି ଜଙ୍ଗଲ। ଜଙ୍ଗଲ ନିକଟରେ କୁକୁରଙ୍କ ସାଙ୍ଗରେ ସେ ଦିନ ବିତାଉଥିବା ବେଳେ ତାଙ୍କ ସହ ଖାଦ୍ୟ ବି ଖାଉଛି । ଘରେ ମଧ୍ୟ ରହିଲେ ରାତିରେ ତାପାଖରେ କୁକୁରମାନେ ଆସି ହାଜର ହୋଇଯାନ୍ତି । ଯାହାକୁ ନେଇ ପରିବାର ଲୋକ କଷ୍ଟ ପାଉଛନ୍ତି। ସୋମାକୁ ଏଥିରୁ ବାରଣ କରିବାକୁ ମା ମାଧୁରୀ ଅନେକ ଚେଷ୍ଟା କରିଛନ୍ତି । ହେଲେ କିଛି ବି ଲାଭ ହୋଇନି । କୁକୁରଙ୍କ ସହ ସୋମାର ବନ୍ଧୁତା ଆଗରେ ଯେମିତି ପରିବାର ଲୋକେ ହାର ମାନି ଯାଇଛନ୍ତି । ସେମାନେ ଜାଣୁଛନ୍ତି କି କୁକୁରମାନଙ୍କ ସହ ରହିବା, ସେମାନଙ୍କ ସହିତ ଖାଇବା ସୋମ ପାଇଁ କ୍ଷତିକାରକ । ହେଲେ ଯେମିତି ନାଚାର ।କିଏ କହୁଛି ଏ କୁକୁରଙ୍କ ସହ ସୋମାର ପୂର୍ବଜନ୍ମର ସମ୍ପର୍କ । ଆଉ କିଏ କହୁଛି ସୋମାକୁ କୁକୁରଙ୍କ ଠାରୁ ଦୂରେଇ ରଖ ନଚେତ ଭୋଗିବ । …. ହେଲେ ଦର୍ଶକ ବନ୍ଧୁ, କଥାରେ ଅଛି ସ୍ନେହ ପ୍ରେମ ଆଗରେ ହିଂସ୍ର ଜନ୍ତୁ ବି ମୁଣ୍ଡ ନୁଆଁଏ । ଆଉ ଏଇ ତ କୁକୁର । ସେମାନେ ସୋମାର ଭଲ ପାଇବାକୁ ଅତି ନିଜର କରି ନେଇଛନ୍ତି । ତେବେ ସୋମା ଭଳି ଏତେ ଛୋଟ ପିଲାକୁ କହିଁକି ଆଦରି ନେଲେ ବୁଲା କୁକୁର ସବୁ, ବୁଝି ହେଉନି । ଅନ୍ୟପକ୍ଷରେ ସୋମାର ଏଇ ଘଟଣା ବାର୍ତ୍ତା ଦେଉଛି କି ହିଂସ୍ର ପଶୁକୁ ଯଦି ଆମେ ଭଲ ପାଇବା ଦେଇ ବନ୍ଧୁ କରି ପାରୁଛୁ ତେବେ ମଣିଷ ମଣିଷ ଭିତରେ ସେହି ସମ୍ପର୍କ କାହିଁକି ରହି ପାରୁନି ?

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago