ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାରେ ମାତିଲେ ହାତୀ । ଉଦଳା ରେଞ୍ଜର ଦାମାସାହି ଶାଗୁଆନ ବଣରେ ହାତୀ ପଲ ପଶି ବୁଲୁଛନ୍ତି । ୩ ଟିକିଆ ହାତୀରେ ଅଛନ୍ତି ଦୁଇଟି ଦନ୍ତା । ଗତକାଲି ବିଳମ୍ବିତ ରାତିରେ ଏମାନେ ବଣରେ ପଶିଥିବା ବେଳେ ହାତୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ଏପଟେ ହାତୀ ସହ ସେଲ୍ଫି ନେବା ବେଳେ ଜଣେ ଯୁବକ ଅଳ୍ପକେ ବର୍ତ୍ତିଛି । ହାତୀଙ୍କୁ ଘଉଡ଼ାଇବାକୁ ବନ ବିଭାଗ ଓ ପୋଲିସ ଉଦ୍ୟମ ଜାରି ରଖିଛି ।