ପାରିବାରିକ କଳହକୁ ନେଇ ମାନସିକ ଭାରସାମ୍ୟ ହରାଇଲେ ପ୍ରେମିକ, ପ୍ରେମିକା ଘର ଭିତରେ ପଶି କଲେ ଆତ୍ମହତ୍ୟା

ବ୍ରହ୍ମଗିରି(କେନ୍ୟୁଜ୍‌): ପ୍ରେମିକା ଘରେ ପ୍ରେମିକର ଆତ୍ମହତ୍ୟା। ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ । ବ୍ରହ୍ମଗିରି ସାହୁପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ସେହି ଗାଁର ସୂର୍ଯ୍ୟକାନ୍ତ ବିଶ୍ୱାଳ। ସୂର୍ଯ୍ୟକାନ୍ତ ନିଜ ଘର ପାଖ ଜଣେ ଝିଅକୁ ଭଲ ପାଉଥିଲେ।

ତେବେ ଗତକାଲି ପାରିବାରିକ କଳହକୁ ନେଇ ମାନସିକ ଭାରସାମ୍ୟ ହରାଇ ପ୍ରେମିକାଙ୍କ ଘର ଭିତରେ ପଶି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ଉଭୟ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି।