ଝରାଫୁଲଙ୍କ ମୃତ୍ୟୁକୁ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ୍, ଆଜି ସରୁଛି ଗିରଫ ବୟଫ୍ରେଣ୍ଡ ରାକେଶର ରିମାଣ୍ଡ ଅବଧି

ଭୁବନେଶ୍ବର: ଅଡୁଆ ସୂତାରେ ଛନ୍ଦି ହୋଇଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ରିମାଣ୍ଡ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଆଜି ସରୁଛି ରାକେଶର ରିମାଣ୍ଡ ଅବଧି। ଗତକାଲି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଧର୍ମବିହାର ଗେଷ୍ଟ ହାଉସକୁ ଆଣି ଡେମୋ ଦେଖାଇବା ସହ ସିନ୍‌ ରି-କ୍ରିଏସନ୍‌ କରିଛି। ଖୋଳତାଡ କରିଛି। ଅଭିଯୁକ୍ତ ଉପସ୍ଥିତିରେଗେଷ୍ଟ ହାଉସର ତିନି ଜଣ କର୍ମଚାରୀଙ୍କୁ ବି ଜେରା କରିଛି ଯାଜପୁର ପୋଲିସ ।

୨୬ ତାରିଖର ରହସ୍ୟ ସମ୍ପର୍କରେ ତଥ୍ୟ ଯୋଗାଡ଼ ଚାଲିଛି । ସେଦିନ ସେହି ଗେଷ୍ଟ ହାଉସରେ ଏକାଠି ରହିଥିଲେ ଝରାଫୁଲ ଓ ରାକେଶ । ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁକୁ ସପ୍ତାହେ ବିତିଲାଣି । ତଥାପି ପୋଲିସ ରହସ୍ୟ ଉପରୁ ପରଦା ହଟାଇ ପାରିନି । ଝରାଫୁଲଙ୍କ ମୋବାଇଲ୍‌ ଫୋନ୍‌ ମିଳିନଥିବା ବେଳେ ରାକେଶର ସହଯୋଗୀ ଶେଖର ଏବେ ବି ଫେରାର୍‌ ଅଛି । ସେ ଗିରଫ ହେଲେ ପୋଲିକୁ ମିଳିପାରେ ଅଧିକ ତଥ୍ୟ ପ୍ରମାଣ । ସେହିପରି ଭିସେରା ରିପୋର୍ଟକୁ ବି ଅପେକ୍ଷା ରହିଛି । ଖୁବଶୀଘ୍ର ଝରାଫୁଲ ଡେଥ ସସପେନ୍ସ ଉପରୁ ହଟିପାରେ ପରଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.