ରାଜ୍ୟ

ଅସ୍ୱାଭାବିକ ଭାବେ ବଢୁଛି ପେଟ, ଯନ୍ତ୍ରଣାରେ ଛଟପଟ ହେଉଛି ୮ ବର୍ଷର କୁନି ପୁଅ ତ୍ରିପତି

ନବରଙ୍ଗପୁର (କେନ୍ୟୁଜ): ଧାର ଧାର ହୋଇ ଆଖିରୁ ଝରି ପଡୁଛି ଲୁହ। ଆଉ ଲୁହ ଧାର ଗଡ଼ାଇ ଏ କୁନି ପିଲାଟି ଯେମିତି କହୁଛି ମୁଁ କଣ ଭଲ ହେବିନି। ଯନ୍ତ୍ରଣା କଣ ସବୁବେଳେ ସବୁ ମୁହୂର୍ତ୍ତରେ ମୋତେ ଏମିତି ମାରି ଚାଲିଥିବ। ଥରେ ଏ ପିଲାଟିକୁ ଦେଖନ୍ତୁ ଜୀବନର ମାନେ କଣ ଦୁନିଆ କଣ ଭଲ ଭାବେ ଜାଣିନଥିବା ଏ କୁନି ପିଲାଟି ନିଜ ସହ ବୋହିଚାଲିଛି ଯନ୍ତ୍ରଣାର ଭାର। ଦଇବ ଯେମିତି ଦାଉ ସାଜିଛି ଏ କୁନି ପିଲାଟି ଉପରେ। ସେଇଥିପାଇଁ ତ ଶରୀର ତୁଳନାରେ ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି ପେଟ। ଯନ୍ତ୍ରଣାରେ ଛଟପଟ ହେଉଛି ଶୈଶବ। ଯନ୍ତ୍ରଣା ସହି ନପାରି କାନ୍ଦୁଛି ନିଷ୍ପାପ ଶିଶୁଟି। ଅସ୍ୱାଭାବିକ ଭାବେ ବଢ଼ି ଚାଲିଥିବାରୁ ପୁଅର ଚିକିତ୍ସା ନିମନ୍ତେ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି ଦିନ ମଜୁରିଆ ବାପା ମାଆ। ଏମାନଙ୍କ ସ୍ତିତି ଦେଖିଲେ ଏମିତି ଲାଗୁଚି ସତେ ଯେପରି ଏଠାରେ ଦାରିଦ୍ରତା ତାଙ୍କ ପରିବାରକୁ ଉପହାସ କରୁଛି ।

ନବରଙ୍ଗପୁର ଜିଲ୍ଲା ବାଣୁଆଗୁଡା ଗାଁର ଜଗନ୍ନାଥ ଜାନୀ ଏବଂ ରତ୍ନା ଜାନୀଙ୍କ ମଝିଆ ପୁଅ ହେଉଛନ୍ତି ୮ ବର୍ଷୀୟ ତ୍ରିପତି ଜାନୀ। ଜଗନ୍ନାଥଙ୍କ ପରିବାର କହିଲେ ୯ ପ୍ରାଣୀ କୁଟୁମ୍ବ । ଜଗନ୍ନାଥ ଜଣେ ଦିନ ମଜୁରିଆ । ପରିବାରର ସମସ୍ତ ବୋଝ ତାଙ୍କ ଉପରେ । ଆର୍ଥିକ ଅନାଟନରେ ଗତି କରୁଥିବା ଏହି ପରିବାର ଉପରେ ଏବେ ଅସମୟରେ ଆଉ ଏକ ଦୁଃଖ ଲଦି ପଡିଛି। ୯ ମାସ ତଳେ ପୁଅ ତିପ୍ରତି ଜାନୀଙ୍କ ପେଟ ଧୀରେ ଧୀରେ ବଢ଼ିବାରେ ଲାଗିଲା । ପୁଅର ଯନ୍ତ୍ରଣା ଦେଖି ପ୍ରଥମେ ପାପଡାହାଣ୍ଡି ମେଡିକାଲ , ଉମରକୋଟ ମେଡିକାଲ , ନବରଙ୍ଗପୁର ମେଡିକାଲ ଏବଂ ପରେ କୋରାପୁଟ ମେଡିକାଲରେ ପହଞ୍ଚି ଥିଲେ ବାପା ଓ ମା । କିନ୍ତୁ ଡାକ୍ତର ସେଠାରେ ପୁଅର ଚିକିତ୍ସା ଏଠାରେ ହୋଇପାରିବ ନାହିଁ ବୋଲି କହି ରୋକଠକ୍ ମନା କରିଦେଇଥିଲେ । ଆଉ ଏହାର ଚିକିତ୍ସା କେବଳ କଟକ ବଡ ମେଡିକାଲ ରେ ହିଁ ହେଇପାରିବ ବୋଲି ଡାକ୍ତର କହିଲେ ।

ଗୋଟେ ଅସହାୟ ଗରିବ ପରିବାର ଡାକ୍ତରଙ୍କ ଠାରୁ ଏମିତି ଶୁଣିବା ପରେ ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା ଦୁଃଖରେ ଏକଦମ ଭାଙ୍ଗି ପଡ଼ିଲେ ଜଗନ୍ନାଥ। ପୁଅର ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ପୁଅକୁ କଟକ ବଡ଼ ମେଡିକାଲକୁ ନେଇ ପାରୁନାହାନ୍ତି ବାପା ମା । ପ୍ରତିଟି ମୁହୂର୍ତ୍ତରେ ଯନ୍ତ୍ରଣା ପାଇଚାଲିଛି ପୁଅ। ଆଉ ପୁଅର ସେହି କାନ୍ଦ କାନ୍ଦ କଅଁଳ ନିଷ୍ପାପ ମୁହଁକୁ ଦେଖିଲେ ନିଜ କୋହ ସମ୍ଭାଳି ପାରୁନାହାନ୍ତି ବାପା ମା । ତେଣୁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ତ୍ରିପତିଙ୍କ ବାପା ମା । ମୂଲ ଲାଗିଲେ ଚୁଲି ଜଳେ ଜଗନ୍ନାଥଙ୍କ ପରିବାରର । ଏଭଳି ପରିସ୍ଥିତିରେ ତାଙ୍କ ପୁଅକୁ ଚିକିତ୍ସା କରାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ତ୍ରିପତିଙ୍କ ବାପା ଜଗନ୍ନାଥ ।

ତେବେ ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ତ୍ରିପତି ର ଚିକିତ୍ସା କଟକ ମେଡିକାଲ ଠାରେ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଏଥିସହିତ କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଯଦି ତ୍ରିପତିଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଯୋଗାଯୋଗ କରନ୍ତୁ।

ରତ୍ନା ଜାନୀ
ଆକାଉଣ୍ଟ ନମ୍ବର – ୧୯୪୦୧୦୧୦୦୧୧୭୧୧୨
ଆଇଏଫଏସସି କୋର୍ଡ – ANDB୦୦୦୧୯୪୦
ମୋବାଇଲ ନମ୍ବର – ୮୪୫୭୯୭୩୭୮୮

Pritiparna

Recent Posts

ଓଡ଼ିଶାକୁ ମିଳିପାରେ ନୂଆ ବାଚସ୍ପତି, ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ (କେନ୍ୟୁଜ): ଓଡ଼ିଶାକୁ ମିଳିପାରେ ବାଚସ୍ପତି ପଦବୀ । କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର ।…

12 mins ago

ମାଲକାନଗିରିରେ ତାଣ୍ଡବ ରଚିଲା କାଳବୈଶାଖୀ: ଘରେ ପଶିଲା ପାଣି, ଭାଙ୍ଗିଲା ଚାଳ ଛପର

ମାଲକାନଗରି (କେନ୍ୟୁଜ): କାଳବୈଶାଖୀ ତାଣ୍ଡବ ।  ମାଲକାନଗରି ସଦର ମହକୁମାରେ ତାଣ୍ଡବ ରଚିଛି କାଳବୈଶାଖୀ ।  ବର୍ଷା ପ୍ରଭାବରେ ବାଲି…

28 mins ago

ପେଟ୍ରୋଲ ଓ ଡିଜେଲ ଦର ସ୍ଥିର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ତେଲ ରେଟ

ଭୁବନେଶ୍ୱରରେ ସ୍ଥିର ଅଛି ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି…

41 mins ago

କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

56 mins ago

ପରାଜିତ ପ୍ରାର୍ଥୀଙ୍କ ମନୋବଳ ବଢ଼ାଇଲେ ନବୀନ, ବୈଠକରେ ଆଗାମୀ ରଣନୀତି ସଂପର୍କରେ କଲେ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ମନୋବଳ ବଢ଼ାଇଲେ ନବୀନ । ଦଳୀୟ ନେତାଙ୍କ ମନୋବଳ ସୁଦୃଢ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ…

1 hour ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ପାକିସ୍ତାନକୁ ୫ ରନ୍ ରେ ହରାଇଲା ଆମେରିକା

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବଡ଼ ବିପର୍ଯ୍ୟୟ । ପାକିସ୍ତାନକୁ ହରାଇଲା ଆମେରିକା । ପାକିସ୍ତାନକୁ ୫ ରନ୍ ରେ ହରାଇଲା…

2 hours ago