ବ୍ରହ୍ମପୁର : ସିଟି ବସ ଧର୍ମଘଟ ସ୍ଥଗିତ । ଆସନ୍ତାକାଲି ଠାରୁ ହେବାକୁ ଥିବା ବ୍ରହ୍ମପୁର ସିଟି ବସ ଧର୍ମଘଟ ସ୍ଥଗିତ । କ୍ଷତିରେ ଚାଲୁଥିବା ସିଟି ବସକୁ ସରକାରଙ୍କ ଠାରୁ ଚଢ଼ା ଦରରେ ନେଇ ଚଳାଉଥିବା ବେଳେ ସରକାରଙ୍କ ପକ୍ଷରୁ ପୁଣି ବ୍ରହ୍ମପୁର ସହର ଓ ଆଖ ପାଖ ଗ୍ରାମକୁ ମୋ ବସ ଚଳାଚଳ ଆରମ୍ଭ କରିଥିଲା । ତାକୁ ନେଇ ଲିଜ ଧାରୀଙ୍କ ପକ୍ଷରୁ ଅସନ୍ତୋଷ ଆରମ୍ଭ ହୋଇଥିବା ବେଳେ କାଲି ମୋ ବସ ଗୋପାଳପୁର ନିକଟ କରାପଲ୍ଲୀ ପର୍ଯ୍ୟନ୍ତ ଯାତାୟାତ କରିବାରୁ ତାର ପ୍ରତିବାଦରେ ଆସନ୍ତାକାଲି ସିଟି ବସ ଚଳାଚଳ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ l ଏଣୁ ଆଜି ଉଭୟ ପକ୍ଷଙ୍କୁ ନେଇ ଟ୍ରାଫିକ ଥାନା ଅଧିକାରୀଙ୍କ ନିକଟରେ ବୈଠକ ବସି ସାତ ଦିନ ପାଇଁ ଧର୍ମଘଟକୁ ସ୍ଥଗିତ ପାଇଁ ନିଷ୍ପତ୍ତି ନିଆଗଲା ବୋଲି କୁହାଯାଇଛି l
You might also like