ଲଗାଣ ବର୍ଷାରେ ଉବୁଟୁବୁ ବ୍ରହ୍ମଗିରି: ଅଲାରନାଥ ମନ୍ଦିର ପରିସରରେ ଲହଡି ମାରୁଛି ବର୍ଷାପାଣି

ବ୍ରହ୍ମଗିରି (କେନ୍ୟୁଜ) : ଦୁଇ ଦିନ ଲଗାଣ ବର୍ଷାରେ ବେହାଲ ବ୍ରହ୍ମଗିରି । ଶ୍ରୀ ଅଲାରନାଥ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ଯାହାକୁ ନେଇ ସେବାୟତ ଓ ଭକ୍ତ ହନ୍ତସନ୍ତ । ବିଦ୍ୟୁତ୍‌ ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଦୀର୍ଘ ଦିନରୁ ଏହି ସମସ୍ୟା ଲାଗି ରହିଥିଲେ ସୁଦ୍ଧା ପ୍ରଶାସନ ହେଉ ଅବା ପ୍ରତ୍ନତତ୍ୱବିତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଏଭଳି ଭାବେ ବର୍ଷା ପାଣି ଯଦି ଲଗାତର ମନ୍ଦିର ପରିସରରେ ଜମି ରହିବ, ତେବେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ତୁରନ୍ତ ପାଣି ନିଷ୍କାସନ ସହ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.