ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବିପଦ ସଙ୍କେତ ଉପରେ: ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା, ୭ଟି ସ୍ଥାନରେ ସୃଷ୍ଟି ହୋଇଛି ଘାଇ

ଯାଜପୁର: ଯାଜପୁର ଜିଲ୍ଲାର ପ୍ରବାହିତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବଢୁଥିବାରୁ ଧର୍ମଶାଳା, ରସୁଲପୁର, ବରୀ, ବଡଚଣା ଓ ବିଝାଂରପୁର ଅଞ୍ଚଳ ଜଳମଗ୍ନ ହୋଇଛି । ଜିଲ୍ଲାରେ ୭ଟି ଘାଇ ସୃଷ୍ଟି ହୋଇଛି। ୬୦ଟି ଗାଁର ୪୮ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକଙ୍କ ଘରେ ପଶିଛି ପାଣି ।

jajpur floodଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ଲୋକ । କିଛି ଲୋକ ଗୃହପାଳିତ ପଶୁଙ୍କ ଧରି ଉଚ୍ଚ ସ୍ଥାନକୁ ଆସିଛନ୍ତି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଓ NDRFର ୪ଟି ଟିମ୍‌ ନିୟୋଜିତ ଅଛନ୍ତି। ୩ ଦିନ ପାଇଁ ରିଲିଫ ଯୋଗାଇବା ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଯେଉଁଠି ଦରକାର ପଡ଼ିବ ରନ୍ଧା ଖାଦ୍ୟ ଦିଆଯିବ।

Leave A Reply

Your email address will not be published.