ମା’ ଦୁର୍ଗାଙ୍କ ସବୁଠୁ କ୍ଷୁଦ୍ର ମୂର୍ତ୍ତି ନିର୍ମାଣ କଲେ ବ୍ରହ୍ମପୁରର ଦିଲୀପ, ନିଜ ନାଁରେ କଲେ ବିଶ୍ୱ ରେକର୍ଡ

ବ୍ରହ୍ମପୁର(କେ ନ୍ୟୁଜ): ବ୍ରହ୍ମପୁରର ଦିଲୀପଙ୍କର ନାମରେ ରେକର୍ଡ ହୋଇଛି ବିଶ୍ୱ ସ୍ତରୀୟ ଅନେକ ରେକର୍ଡ । ଏଥର ଦଶହରା ଉତ୍ସବରେ ଦିଲ୍ଲୀପ ସବୁଠାରୁ କ୍ଷୁଦ୍ର ଆକାରର ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନା କରି ରେକର୍ଡ ନିଜ ନାଁରେ କରିଛନ୍ତି । ଏହା ପୂର୍ବରୁ ବି ଅନେକ ଥର ବିଶେଷ ଦିନ ମାନଙ୍କରେ ଭିନ୍ନ ଭିନ୍ନ କୀର୍ତ୍ତିମାନ କରି ରେକର୍ଡ ନିଜ ନାଁରେ କରି ସାରିଛନ୍ତି ଦିଲୀପ । ବିଶ୍ୱର ସବୁଠାରୁ କ୍ଷୁଦ୍ର ମା ଦୁର୍ଗାଙ୍କର ମୂର୍ତ୍ତି ନିର୍ମାଣ କଲେ ଦିଲୀପ ମହରଣା । ସୂଚନା ଦେବା ଉଚିତ ହେବକି ବ୍ରହ୍ମପୁର ସହରର ଦିଲୀପ ମହାରଣା ହେଉଛନ୍ତି ଜଣେ କାଷ୍ଟ ଶିଳ୍ପୀ । ତାଙ୍କ ବୟସ ୧୮ ବର୍ଷ ହେବ । ବିଶେଷ ଅବସରରେ କ୍ଷୁଦ୍ର ମୂର୍ତ୍ତି ନିର୍ମାଣ କରି ରେକର୍ଡ କରିବା ତାଙ୍କର ନିଶା । ଏଥର ମା’ ଦୁର୍ଗାଙ୍କ କାଠରେ ନିର୍ମିତ ମୁର୍ମୟୀ ମୂର୍ତ୍ତି ନିର୍ମାଣ କରି Exclisive Wonder World Records ରେ ଏହା ବିଶ୍ୱର କ୍ଷୁଦ୍ରତମ ମୂର୍ତ୍ତି ବୋଲି ବିଶ୍ୱ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.