ବ୍ରଜରାଜନଗର : ବନ୍ଦ ଘରୁ ୩ ମୃତଦେହ ମିଳିବା ଘଟଣାର ନୂଆ ମୋଡ଼, ଆଜି କୂଅରୁ ସ୍ୱାମୀଙ୍କ ମୃତଦେହ ଠାବ

ଝାରୁସୁଗୁଡ଼ା(କେନ୍ଯୁଜ୍): ଝାରୁସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବନ୍ଦ ଘରୁ ୩ ମୃତଦେହ ମିଳିବା ଘଟଣାର ନୂଆ ମୋଡ଼ । ଆଜି ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଠାବ ହୋଇଛି । ଗଙ୍ଗାନଗର ଫାଟକ ପଦାରେ ଏକ କୂଅରୁ ମୃତଦେହ ଠାବ କରିଛି ବ୍ରଜରାଜନଗର ପୋଲିସ । ମୃତକ ହେଲେ ନାରାୟଣ ପୋଦାର ।

ଗତକାଲି ଏକ ବନ୍ଦ ଘରୁ ମାଆ ଓ ୨ ଝିଅଙ୍କ ମୃତଦେହ ମିଳିଥିଲା । ଘଟଣା ପରେ ନିଖୋଜ ଥିଲେ ନାରାୟଣ । ୩ ଜଣଙ୍କ ମୃତଦେହ ମିଳିବା ପରେ ନାରାୟଣଙ୍କୁ ଖୋଜୁଥିଲା ପୋଲିସ । ଏବେ ନାରାୟଣ ପୋଦାରଙ୍କ ମୃତଦେହ ମିଳିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.