ଆସନ୍ତାକାଲି ଖୋଲିବ ବ୍ରଜରାଜନଗର ଉପନିର୍ବାଚନ ପେଡ଼ିି, ସକାଳ ୮ଟାରୁ ଗଣତି

ଝାରସୁଗୁଡ଼ା(କେନ୍ୟୁଜ୍‌): ଆସନ୍ତାକାଲି ଖୋଲିବ ବ୍ରଜରାଜନଗର ଉପନିର୍ବାଚନ ପେଡ଼ିି । ସକାଳ ୮ଟାରୁ ହେବ ଭୋଟ ଗଣତି । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୦ ରାଉଣ୍ଡ ଗଣତି ହେବ ବୋଲି ସୂଚନା ମିଳିଛି । କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଷ୍ଟାଣ୍ଟ ଜଣେ ଲେଖାଏଁ ରହି ତଦାରଖ କରିବେ ।

ଝାରସୁଗୁଡ଼ା ବଢେଇମୁଣ୍ଡା ସ୍ଥିତ ଇଂଜିନିୟରିଂ ସ୍କୁଲରେ ଭୋଟଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ମଇଦାନରେ ଅଛନ୍ତି ୧୧ ଜଣ ପ୍ରାର୍ଥୀ । ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ୍‌କୁ ରଖାଯାଇଛି । ୭୧.୯୦ ପ୍ରତିଶତ ମତଦାନ ହୋଇଛି । ୨୦୧୯ ବିଧାନସଭା ନିର୍ବାଚନ ଅପେକ୍ଷା ଅଧିକ ଭୋଟିଂ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.